ସମାଜ ଡିଜିଟାଲ ଡେସ୍କ: ଏକ ଆଶ୍ଚର୍ଯ୍ୟଜନକ ଘଟଣା କ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ ପଦବୀରୁ ଇସ୍ତଫା ଦେଇଛନ୍ତି । ସ୍ୱାସ୍ଥ୍ୟଗତ କାରଣକୁ ନେଇ ସେ ଇସ୍ତଫା ଦେଇଥିବା କହିବା ପରେ ତାଙ୍କ ଇସ୍ତଫାକୁ ନେଇ ଅନେକ କଳ୍ପନାଜଳ୍ପନା କରାଯାଉଛି । ତେବେ ଉପରାଷ୍ଟ୍ରତି କେତେ ଦରମା ପାଆନ୍ତି, ତାଙ୍କୁ କଣ ସବୁ ସୁବିଧା ଉପଲବ୍ଧ ହୋଇଥାଏ ତାହା ଜାଣିବାକୁ ଲୋକମାନେ ଚାହିଁଛନ୍ତି । ଏବେ ଜଗଦୀପ ଧନକଡଙ୍କୁ କେତେ ପେନସନ ମିଳିବ ଏବଂ କଣ ସବୁ ସୁବିଧା ସେ ସରକାରଙ୍କଠାରୁ ପାଇବେ ଚାଲନ୍ତୁ ଜାଣିବା ।
ଉପରାଷ୍ଟ୍ରପତିଙ୍କୁ କେତେ ଦରମା ମିଳେ?
ଜଣେ ଉପରାଷ୍ଟ୍ରପତିଙ୍କୁ ଭଲ ଦରମା ସହିତ ସରକାରଙ୍କଠାରୁ ଅନେକ ସୁବିଧା ମିଳିଥାଏ । ଦରମା ବିଷୟରେ କହିବାକୁ ଗଲେ, ଉପରାଷ୍ଟ୍ରପତିଙ୍କୁ ପ୍ରତି ମାସରେ ୪ଲକ୍ଷ ଟଙ୍କା ଦରମା ମିଳିଥାଏ । ସେ ରାଜ୍ୟସଭାର ଅଧ୍ୟକ୍ଷ ମଧ୍ୟ ହୋଇଥାନ୍ତି । ଯାହାଙ୍କୁ ସଂସଦ ଅଧିକାରୀମାନଙ୍କର ଦରମା ଏବଂ ଭତ୍ତା ଆଇନ ୧୯୫୩ ଅନୁଯାୟୀ ଦରମା ଦିଆଯାଏ । ଏଠାରେ କହି ରଖୁଛୁ ଯେ ୨୦୧୮ ପୂର୍ବରୁ ରାଷ୍ଟ୍ରପତିଙ୍କୁ କେବଳ ୧.୨୫ଲକ୍ଷ ଟଙ୍କା ମିଳୁଥିଲା, ଏହାକୁ ପରେ ବୃଦ୍ଧି କରାଯାଇଛି ।
ଲକ୍ଷ ଲକ୍ଷ ଟଙ୍କାର ଦରମା ବ୍ୟତୀତ ଉପରାଷ୍ଟ୍ରପତି ପଦବୀ ପାଇଁ ଅନେକ ସୁବିଧା ମଧ୍ୟ ଯୋଗାଇ ଦିଆଯାଏ । ମାଗଣା ଚିକିତ୍ସା, ଟ୍ରେନ ଏବଂ ବିମାନ ଯାତ୍ରା ସମ୍ପୂର୍ଣ୍ଣ ମାଗଣା ରହିଥାଏ । ରହିବା ପାଇଁ ବଙ୍ଗଳା, ଲ୍ୟାଣ୍ଡଲାଇନ୍ ସଂଯୋଗ, ମୋବାଇଲ ଫୋନ୍ ସୁବିଧା ଏବଂ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଏ । ଉପରାଷ୍ଟ୍ରପତିଙ୍କୁ ଜଣେ ସହାୟକ ଏବଂ ଜଣେ ଡ୍ରାଇଭଳ ମଧ୍ୟ ମିଳିଥାଏ ।
ଯଦି ଜଣେ ଉପରାଷ୍ଟ୍ରପତି ତାଙ୍କ ପଦବୀରୁ ଇସ୍ତଫା ଦିଅନ୍ତି, ତେବେ ତାଙ୍କ ଦରମାର ୫୦ପ୍ରତିଶତ ତାଙ୍କୁ ପେନସନ ଭାବରେ ଦିଆଯାଏ । ଐହା ବ୍ୟାତୀତ ସେ ସୁରକ୍ଷା, କର୍ମଚାରୀ, ମାଗଣାରେ ଯାତ୍ରା ଏବଂ ଚିକିତ୍ସା ସୁବିଧା ପାଇପାରିବେ । ପଦବୀ ଛାଡିବା ମାତ୍ରେ ଉପରାଷ୍ଟ୍ରପତିଙ୍କୁ ତାଙ୍କ ବାସଭବନ ଛାଡିବାକୁ ପଡିଥାଏ । ଏଥିପାଇଁ ତାଙ୍କୁ କିଛି ଦିନର ସମୟ ଦିଆଯାଏ ।



