ନୂଆଦିଲ୍ଲୀ : ହରିୟାଣାରୁ ଆଶ୍ଚର୍ଯ୍ୟଜନକ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗାଁ ରାସ୍ତାରେ ଜଣେ ନାବାଳକ କାର୍ ଚଳାଇ ଉତ୍ପାତ କରିଥିଲେ । ନାବାଳକ ଜଣକ ରାସ୍ତାରେ ବଡ ଗାଡିକୁ ଏଣେତେଣେ ଚଲାଉଥିବା ଦେଖି ଲୋକେ ଭୟରେ ଦୌଡିବାକୁ ଲାଗିଲେ । ନାବାଳକ ଗାଡି ଚଳାଉଥିବା ସମୟରେ ଗାଡି ଉପରୁ ତାଙ୍କ ନିୟନ୍ତ୍ରଣ ହଟିବା ସହ ରାସ୍ତାରେ ୨ ଜଣଙ୍କୁ ଖୁବ୍ ଜୋର୍ରେ ଧକ୍କା ଦେଇଥିଲେ । ସାମ୍ନାରେ ଥିବା ଏକ ବାଇକ୍ ଉପରେ ମଧ୍ୟ ଗାଡି ଚଢାଇ ଦେଇଥିଲେ । ଏହି ସମୟରେ ଏକ ଶିଶୁ ମଧ୍ୟ ଅଳ୍ପକେ ବଡ ଧରଣର ଅଘଟଣରୁ ରକ୍ଷା ପାଇଯାଇଛନ୍ତି । ନାବାଳକ ଜଣକ ଗାଡି ଚଳାଇ ଆଖପାଖରେ ଥିବା ଅନେକ ଗାଡିକୁ ଧକ୍କା ଦେଇ କ୍ଷତିଗ୍ରସ୍ତ କରିଛନ୍ତି ।
Parents' negligence in Haryana led to minors crashing a Hyundai Venue into parked bikes, caught on CCTV. Locals suspect the kids were stunting with their parents' car—a clear parenting failure. pic.twitter.com/OZXOByw9nJ
— Ghar Ke Kalesh (@gharkekalesh) July 19, 2025
୧୬ ଜୁଲାଇରେ ଘଟିଥିବା ଏହି ଘଟଣା ସିସିଟିଭିରେ କଏଦ ହେବା ସହ ସୋସିଆଲ ମିଡିଆରେ ଶେୟାର କରାଯାଇଛି । ଭିଡିଓ ଭାଇରାଲ୍ ହେବା ସହ ଏହା ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଲୋକେ ଏଭଳି ଭିଡିଓ ଦେଖି ଚିନ୍ତା ପ୍ରକଟ କରିବା ସହ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଭିଡିଓର ଆରମ୍ଭରେ ଦେଖିପାରିବେ, ସେଠାକାର ଜଣେ ସ୍ଥାନୀୟ ବାସିନ୍ଦା ନିଜ ବାଇକରେ ଗଳି ରାସ୍ତାରେ ଯିବାକୁ ବାହାରିଛନ୍ତି । ମାତ୍ର ସେ ହଠାତ୍ ଅଟକିବାକୁ ଚେଷ୍ଟା କରିବା ସହ ନିଜ ଜୀବନ ରକ୍ଷା କରୁଛନ୍ତି । ଜଣେ ଶିଶୁ ମଧ୍ୟ ଅଳ୍ପକେ ବର୍ତ୍ତି ଯାଉଛନ୍ତି । ମାତ୍ର ଅନେକ ଗାଡିକୁ ଧକ୍କା ଦେବାରୁ ତାହା କ୍ଷତିଗ୍ରସ୍ତ ହେଉଛି । ଲୋକେ ହଠାତ୍ କିଛି ବୁଝି ପାରିନଥିଲେ । ମାତ୍ର ପରେ ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟଚକିତ ହୋଇଥିଲେ ।



