www.samajalive.in
Saturday, December 6, 2025
16.1 C
Bhubaneswar

ଶନିବାର ପବିତ୍ର ମାଘ ପୂର୍ଣ୍ଣିମା: ଶ୍ରୀମନ୍ଦିରରେ ମହାପ୍ରଭୂଙ୍କ ଗଜୋଦ୍ଧାରଣ ବେଶ

ପୁରୀ: ଆଜି(ଶନିବାର) ପବିତ୍ର ମାଘ ପୂର୍ଣ୍ଣିମା । ଶ୍ରୀକ୍ଷେତ୍ରରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ଗଜଉଦ୍ଧାରଣ ବେଶରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ। ମଧ୍ୟାହ୍ନ ଧୂପ ପରେ ମଇଲମ ହେବା ପରେ ସିଂହାରୀ ସେବକଙ୍କ ଦ୍ବାରା ଗଜଦ୍ଧାରଣ ବେଶ ହୋଇଥାଏ। ସନ୍ଧ୍ୟା ଧୂପ ଶେଷ ପରେ ସର୍ବସାଧାରଣ ଦର୍ଶନ ବା ସାହାଣମେଳା ଅନୁଷ୍ଠିତ ହୁଏ। ସାହାଣ ମେଳା ଦର୍ଶନ ପରେ ମହାସ୍ନାନ ହୋଇ ଶ୍ରୀଜିଉ ମାନଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇଥାଏ । ଏହି ବେଶରେ ଶ୍ରୀଜଗନ୍ନାଥ ଶଙ୍ଖ, ଚକ୍ର , ଗଦା, ପଦ୍ମ ଧାରଣ କରି ଗରୁଡ ଉପରେ ବସିବା ଭଙ୍ଗୀରେ ରହନ୍ତି ।ଏବଂ ତାଙ୍କ କୋଳରେ ଲକ୍ଷ୍ମୀ ପ୍ରତିମା ବିରାଜମାନ କରିଥାନ୍ତି। ବଳଭଦ୍ର ମହାପ୍ରଭୂ ଶଙ୍ଖ, ଚକ୍ର , ହଳ , ମୂଷଳ ଧରି ବାସୁଦେ ରୂପରେ ବିରାଜମାନ କରିଥାନ୍ତି। ଓ ସୁଭଦ୍ରା କୃଷ୍ଣଙ୍କ ପରି ପାଦକୁ ଛନ୍ଦି ଏକ ପଦ୍ମ କଢି ଧରି ବିରାଜମାନ ହୋଇଥାନ୍ତି। କୁମ୍ଭୀର , ଗଜ ଆଦି ରହିଥାନ୍ତି। ସେପଟେ ଦେବ ଦେବ ମହାଦେବ ଶ୍ରୀଲୋକନାଥଙ୍କର ପଦ୍ମ ବେଶ ସମ୍ପନ୍ନ କରାଯାଇଥାଏ ।

Hot this week

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

Related Articles

Popular Categories