www.samajalive.in
Saturday, December 6, 2025
14.1 C
Bhubaneswar

ଭୁବନେଶ୍ବରରେ ଦିଲ୍ଲୀ ପୁଲିସ: ଫ୍ଲାଟ୍‌ରୁ ଯୁବକଙ୍କୁ ଉଠାଇନେଲା

ଭୁବନେଶ୍ବର: ଭୁବନେଶ୍ବରରୁ ଜଣେ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୁଲିସ। ଲକ୍ଷ୍ମୀସାଗର ଅଞ୍ଚଳର ଏକ ଫ୍ଲାଟ୍‌ରୁ ବିଳମ୍ବିତ ରାତି ଏଭଳି କିଛି ଘଟଣା ଘଟିଛି।  ଏକ ସାଇବର କ୍ରାଇମ୍‌ ମାମଲାରେ ପୁଲିସ୍ ଯୁବକ ଜଣଙ୍କୁ ଉଠାଇନେଇଥିବା ସୂଚନା ମିଳିଛି। ଦିଲ୍ଲୀ ପୁଲିସ୍‌ ସହ ଲକ୍ଷ୍ମୀସାଗର ଥାନା ପୁଲିସ୍ ମଧ୍ୟ ଘଟଣାରେ ତଦନ୍ତ ଜାରି ରଖିଛି। ଯୁବକ ଜଣକ ପ୍ରଭାତ ମହାପାତ୍ର ବୋଲି ଜଣାପଡିଛି। ସାଇବର ହ୍ୟାକିଂ ଅଭିଯୋଗ ପରେ ଦିଲ୍ଲୀ ପୁଲିସର ସାଇବର ୱିଙ୍ଗ ତଦନ୍ତ ପାଇଁ ଭୁବନେଶ୍ବରରେ ଆସି ପହଞ୍ଚିଥିଲେ। ଆଇପି ଆଡ୍ରେସକୁ ଟ୍ରାକ୍ କରି ସେମାନେ ଦିଲ୍ଲୀରୁ ଆସି ଭୁବନେଶ୍ବରରେ ପହଞ୍ଚିଥିଲେ। ତେବେ କେଉଁ ମାମଲାରେ ବା ପ୍ରସଙ୍ଗରେ ହ୍ୟାକିଂ ଅଭିଯୋଗ ହୋଇଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories