www.samajalive.in
Saturday, December 6, 2025
15.1 C
Bhubaneswar

ବଦଳିଲା ପାଗ: ୯ ଜିଲ୍ଲାରେ ହାଲୁକା ବର୍ଷା

ଭୁବନେଶ୍ବର: ବଢୁଥିବା ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ରାଜ୍ୟରେ ମେଘୁଆ ପାଗ ସହ ତଳମୁହାଁ ହୋଇଛି ପାରଦ। ଉପକୂଳ ଓଡିଶାର ବିଭିନ୍ନ ସ୍ଥାନରେ ଝିପ୍‌ଝିପ୍ ବର୍ଷା ସହ ଆଜିଠାରୁ ୪ ଦିନ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଉପକୂଳ ଓଡିଶାର ଭଦ୍ରକ , କଟକ, କେନ୍ଦ୍ରାପଡା , ନୟାଗଡ, ଖୋର୍ଦ୍ଧା, ପୁରୀ ତଥା ଆଭ୍ୟନ୍ତରୀଣ ଓଡିଶାର ଅନୁଗୁଳ, କେନ୍ଦୁଝର, ଢେଙ୍କାନାଳ ପ୍ରଭୃତି କିଛି ଜିଲ୍ଲାରେ ମେଘୁଆ ପାଗ ସହ କୋହଲା ପାଗ ରହିଛି। ୯ ଜିଲ୍ଲାରେ କୋହଲା ପାଗ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।  ଶନିବାର ସକାଳୁ ଭୁବନେଶ୍ବର ସମେତ ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସାଙ୍ଗକୁ ଝିପ୍‌ଝିପ୍‌ ବର୍ଷା ହୋଇଛି। ବର୍ଷା ଯୋଗୁଁ ଯାତାୟାତରେ ବାଧା ଉପୁଜିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories