ଆଜି ଦିନର ମହତ୍ତ୍ବ: ଶନିବାର ରାଶିଫଳ

ମେଷ: ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ହେବେ। ଉଦ୍ୟମ ପ୍ରଶଂସନୀୟ ହେବ। ମାଂସ ଲୋଭୀ ହୋଇପାରନ୍ତି। ଦୃଷ୍ଟି ଶକ୍ତିରେ ବାଧା ଉପୁଜିପାରେ। ବ୍ୟବସାୟରୁ ପ୍ରଚୁର ଅର୍ଥ ମିଳିବ। ପୁରସ୍କାର ରାଶି ପ୍ରାପ୍ତ ହୋଇପାରେ।
ବୃଷ: ନାନା ସୁଖ ଭୋଗ କରିପାରନ୍ତି। ଶୌର୍ଯ୍ୟ, ବୀର୍ଯ୍ୟଯୁକ୍ତ ହୋଇ ପ୍ରଶଂସାର ପାତ୍ର ହେବେ। ସରକାରୀ ଚାକିରି କ୍ଷେତ୍ରରୁ ଅଧିକ ସୁଖ ପ୍ରାପ୍ତି ସହ ଅର୍ଥ ପ୍ରାପ୍ତ ହେବେ। ପୁରୋହିତ କାର୍ଯ୍ୟ ଅଧିକ ସୁଖଦାୟକ ହେବ।
ମିଥୁନ: ବ୍ୟବସାୟୀଙ୍କ ସହିତ ମିତ୍ରତା ସ୍ଥାପନ କରିପାରନ୍ତି। କୃଷି ଉତ୍ପାଦନ ପାଇଁ ଯତ୍‌ପରୋନାସ୍ତି ଚେଷ୍ଟା କରି କୃତକାର୍ଯ୍ୟ ହେବେ। ଧର୍ମପ୍ରବଣ ହୋଇପାରନ୍ତି। ଗୁଣବାନ୍‌ ହେବା ଆଶା କରାଯାଏ। ସଜ୍ଜନ ପ୍ରିୟ ହେବେ।
କର୍କଟ:ବୃକ୍ଷ ସେବାରୁ ପୁରସ୍କାର ସ୍ବରୂପ ଧନ ରାଶି ପ୍ରାପ୍ତ ହେବେ। ତୃଷାର୍ତ୍ତମାନଙ୍କୁ ଜଳଦାନ କରି ଆଶୀର୍ବାଦଯୁକ୍ତ ହେବେ। ଜଙ୍ଗଲ ସୁରକ୍ଷାରେ ନିୟୋଜିତ ହୋଇ ସରକାରୀ ଅର୍ଥ ପ୍ରାପ୍ତ ହେବେ।
ସିଂହ: ଧନବାନ୍‌ ହେବେ। ଅପାର ଗୁଣର ଅଧିକାରୀ ହୋଇପାରନ୍ତି। ଉପାର୍ଜନ ଯଥେ​‌ଷ୍ଟ ପରିମାଣର ହେବ। ଶାରୀରିକ ଶକ୍ତିସମ୍ପନ୍ନ ହୋଇପାରନ୍ତି। ସୁସ୍ବାଦୁ ଭୋଜନରେ ଆପ୍ୟାୟିତ ହେବେ। ଦାମ୍ପତ୍ୟ ସୁଖ ମିଳିବ।
କନ୍ୟା : ପତ୍ନୀଙ୍କ ସ୍ବାସ୍ଥ୍ୟ ରକ୍ଷା ପାଇଁ ଧନ ବ୍ୟୟ କରିପାରନ୍ତି। ବିବାହ କିମ୍ବା ମହାପ୍ରସାଦ ନିର୍ବନ୍ଧ କାର୍ଯ୍ୟକ୍ରମରେ ଧନ ବ୍ୟୟ କରିବେ। ସାଧୁ ସେବାରେ ଅକୁଣ୍ଠିତ ଚିତ୍ତରେ ଧନ ବ୍ୟୟ କରିପାରନ୍ତି। ଜ୍ଞାନୀ ହେବେ।
ତୁଳା: ବିଭିନ୍ନ ପ୍ରକାରର ବାଣିଜ୍ୟ କାରବାର କରି ଧନ ଅର୍ଜନ କରିପାରନ୍ତି। ସାଧୁ ସେବାର ବରଦାନ ପ୍ରାପ୍ତ ହେବେ। ଧନାଗମର ମାର୍ଗ ଉନ୍ମୁକ୍ତ ରହିବ। ବିନୟ ସ୍ବଭାବସମ୍ପନ୍ନ ହେବେ। ସମ୍ବର୍ଦ୍ଧିତ ହୋଇ ପୁରସ୍କାର ପ୍ରାପ୍ତ ହେବେ।
ବିଛା : ନୀରୋଗ ଶରୀର ସମ୍ପନ୍ନ ହେବେ। ସୁସ୍ଥ ରହିବେ। ନିରାମୟ ଜୀବନଯାପନ କରିପାରନ୍ତି। ଚିତ୍ତ ପ୍ରସନ୍ନ ରହିବ। ସରକାରୀ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ଦୟାଧର୍ମରେ ବିଲୀନ ହେବେ। ସୁଖୀ ହେବେ।
ଧନୁ: ଦେବ, ବ୍ରାହ୍ମଣ ଭକ୍ତି ରସାତ୍ମକଯୁକ୍ତ ହୋଇପାରନ୍ତି। ଶାସ୍ତ୍ରଜ୍ଞ ଓ ନୀତି ନିୟମ ରଚୟିତା ହୋଇପାରନ୍ତି। କର୍ମପ୍ରବଣ ହେବେ। କର୍ମକ୍ଷେତ୍ରରେ କଠିନ ପରିଶ୍ରମର ସମ୍ମୁଖୀନ ହୋଇ ନିଜ ଭାଗ୍ୟକୁ ନିଜେ ଗଢ଼ିବେ।
ମକର: ଶ୍ଳେଶ୍ମାଜନିତ ଜ୍ବର ରୋଗ ଆପଣଙ୍କ ଶାରୀରିକ ଦୁର୍ବଳତାକୁ ଅଧିକ ପଭାବିତ କରିପାରେ। ଜ୍ବରରେ ଆକ୍ରାନ୍ତ ହୋଇ କଷ୍ଟ ସ୍ବୀକାର କରିପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମ ବ୍ୟବସାୟରୁ ଲାଭ ପ୍ରାପ୍ତ ହେବେ।
କୁମ୍ଭ: କୁସ୍ଥିର ସ୍ବଭାବସମ୍ପନ୍ନ ହୋଇପାରନ୍ତି। ମତିଗତି ମଧ୍ୟ ତଦ୍ରୂପ ହେବ। ଏକ ପତ୍ନୀ ବ୍ରତ ଆଚରଣ କରିପାରନ୍ତି। ଦେବବ୍ରାହ୍ମଣ ସଂଘ ଓ ମିତ୍ରତାଯୁକ୍ତ ହେବେ। ଧର୍ମଜ୍ଞ ହେବେ। ସଂଶୟମନା ହୋଇପାରନ୍ତି।
ମୀନ: ପତ୍ନୀ, ପୁତ୍ର ଓ ଆତ୍ମୀୟସ୍ବଜନଙ୍କ ପାଇଁ ଦିନଟି ଶୁଭଦାୟକ। ପ୍ରତ୍ୟେକ କାର୍ଯ୍ୟରେ ବାତାବରଣ ଅନୁକୂଳ ରହିଛି। ଶତ୍ରୁର ଅବସାନ ଘଟାଇ ସୁଖସ୍ବାଚ୍ଛନ୍ଦ୍ୟରେ ସମୟ ଅତିବାହିତ କରିବେ। ସ୍ବଳ୍ପ ଆୟକରୀ ହେବେ।

Comments are closed.