www.samajalive.in
Sunday, December 14, 2025
14.1 C
Bhubaneswar

କୋକେନ୍‌ ଜବତ ଘଟଣା: ଏମ୍‌ଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ: ଏମ୍‌ଭି ଦେବୀ ଜାହାଜକୁ ବାନ୍ଧିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପାରାଦୀପ ପିଆଇସିଟି ବର୍ଥରେ ଗତ ନଭେମ୍ବର ମାସରେ ବର୍ଥିଂ ହୋଇଥିବା ଜାହାଜ ଏମ୍‌ଭି ଦେବୀକୁ ଗିରଫ କରିବାକୁ ହାଇକୋର୍ଟ ଅନ୍ତରୀଣ ଆଦେଶ ଦେଇଛନ୍ତି। ମାମଲା ସରିବା ପର୍ଯ୍ୟନ୍ତ ଜାହାଜଟି ପାରାଦୀପରେ ଅଟକି ରହିବ। ନିଜର ବକେୟା ପ୍ରାପ୍ୟ ପ୍ରାୟ ୮ କୋଟି ଟଙ୍କା ଜାହାଜର ମାଲିକଙ୍କଠାରୁ ପାଇବାକୁ  ପାରାଦୀପ ଇଣ୍ଟର ନ୍ୟାସନାଲ ନାର୍ଗୋ ଟର୍ମିନାଲ ହାଇକୋର୍ଟ ଯାଇଥିଲା । ଗତ ନଭେମ୍ବର ୩୦ରୁ ଏଯାଏଁ ଜାହାଜଟିକୁ ଜବତ କରି କଷ୍ଟୋମ୍ ବିଭାଗ ପାରାଦୀପ ପୋର୍ଟ ଆଙ୍କରେଜରେ ରଖିଛି। ସେଥିରେ ୨୧ ଜଣ କ୍ରୁମେମ୍ବର ମଧ୍ୟ ଅଟକି ରହିଛନ୍ତି। ୧୦୦ କୋଟିର ବଣ୍ଡ ଏବଂ ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟି ବଦଳରେ ଜାହାଜ ମୁକୁଳାଇ ନେବାକୁ କୁଜଙ୍ଗ ସ୍ବତନ୍ତ୍ର ଏନଡିପିଏସ୍ କୋର୍ଟ ଚଳିତ ମାସ ୧୩ ତାରିଖରେ ନିର୍ଦ୍ଦେଶ ଦେଇଥିଲେ। ଏବେ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ ଜାହାଜ ପାଇଁ ଜଟିଳତା ବଢିଛି । ସେପଟେ ଏପର୍ଯ୍ୟନ୍ତ କୋକେନ୍ ରହସ୍ୟଉପରୁ ପରଦା ଉଠିପାରିନାହିଁ।

Hot this week

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

ଜିଲାପାଳଙ୍କୁ ମୁଣ୍ଡିଆ ମାରି ଧାନ କିଣିବାକୁ ଗୁହାରି

ପଦ୍ମପୁର : ଧାନକିଣାରେ ବ୍ୟାପକ ଅବ୍ୟବସ୍ଥା ପଦ୍ମପୁର ଉପଖଣ୍ଡ ଚାଷୀଙ୍କ ଅସନ୍ତୋଷର...

ସାପ୍ତାହିକ ରାଶିଫଳ: ଏହି ଦୁଇ ରାଶି ସତର୍କ ରୁହନ୍ତୁ

ମେଷ: ରବିବାର ଓ ସୋମବାର କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ନୂତନ କାର୍ଯ୍ୟ ପାଇଁ...

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

Related Articles

Popular Categories