ପୁରୀ : ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା। ୧୦୮ ସୁବାସିତ ଜଳରେ ଦିବ୍ୟ ସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଭକ୍ତିମୟ ହୋଇ ଉଠିଛି ଶ୍ରୀକ୍ଷେତ୍ର ଓ ଲୋକାରଣ୍ୟ ବଡଦାଣ୍ଡ । ମହାପ୍ରଭୁଙ୍କ ଦିବ୍ୟ ସ୍ନାନର ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତଙ୍କ ଭିଡ ଜମିଛି। କିଛି ସମୟ ପରେ ହାତୀବେଶରେ ଦର୍ଶନ ଦେବେ ଦାରୁଦିଅଁ । ଏଥିପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି ମଧ୍ୟ କରାଯାଇଛି । ଏଆଇ କ୍ୟାମେରା ନଜରରେ ପୁରୀ ସହର ରହିଛି । ଏହାସହ ବୁଧବାର ପବିତ୍ର ସ୍ନାନଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରିଛନ୍ତି । ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ ସହ ବିକଶିତ ଓଡିଶା ନିର୍ମାଣ ପାଇଁ ଆଶୀର୍ବାଦ ଭିକ୍ଷା କରିଛନ୍ତି ଓ ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖୀ ଓ ମଙ୍ଗଳମୟ ହେଉ ବୋଲି ମୁଖ୍ୟମନ୍ତ୍ରୀ ଟ୍ୱିଟରେ କହିଛନ୍ତି।
ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କରି ରାଜ୍ୟ ତଥା ରାଜ୍ୟବାସୀଙ୍କ ମଙ୍ଗଳ ସହ ବିକଶିତ ଓଡ଼ିଶା ନିର୍ମାଣ ପାଇଁ ଆଶୀର୍ବାଦ ଭିକ୍ଷା କଲି । ମହାପ୍ରଭୁଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖୀ ଓ ମଙ୍ଗଳମୟ ହେଉ । #SnanaPurnima2025 pic.twitter.com/T0ZvOaq9zT
— Mohan Charan Majhi (@MohanMOdisha) June 11, 2025
୧୨ ବର୍ଷ ପରେ ସବୁଠାରୁ ଶକ୍ତିଶାଳୀ ରାଜଯୋଗ ; ଶୀଘ୍ର ଧନୀ ହେବେ ଏହି ରାଶି, ହେବ ବିବାହ, ଦୂର ହେବ ସବୁ ଚିନ୍ତା..
କିଣିବେ କି ? ଆଉ ମିଳିବନି ଏମିତି ସୁଯୋଗ ; ଏହି ସ୍ମାର୍ଟଫୋନ୍ରେ ମିଳୁଛି ଜବରଦସ୍ତ ରିହାତି, ପୁଣି ଅଫର୍



