www.samajalive.in
Sunday, December 7, 2025
14.1 C
Bhubaneswar

ପୁରୀ ହିଂସାକାଣ୍ଡ, ଆଉ ୨ଗିରଫ

ପୁରୀ : ପୁରୀବନ୍ଦ ବେଳେ ହିଂସାକାଣ୍ଡ ଅଭିଯୋଗରେ ସିଂହଦ୍ୱାର ଥାନା ପୁଲିସ ସୋମବାର ଆଉ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମଙ୍ଗଳାଘାଟର ସୁଧାକର ଦାସ ଓ ହାଡଗୋଡିଆ ସାହିର ଦେବାଶିଷ ଚମ୍ପତ୍ତି। ଏହି ବ୍ୟକ୍ତିମାନେ ସିଂହଦ୍ୱାର ସୂଚନାକେନ୍ଦ୍ର ଭଙ୍ଗାରୁଜା ଘଟଣାରେ ସଂପୃକ୍ତଥିବା ପୁଲିସ କହିଛି। ଶତାଧିକ ବ୍ୟକ୍ତିଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ବିଭିନ୍ନ ସଙ୍ଗିନ ଦଫାରେ ମୋକଦ୍ଦମା ରୁଜୁ କରାଯାଇଛି। ପୁରୀ ହିଂସାକାଣ୍ଡ ଘଟଣାରେ ଗିରଫଙ୍କ ସଂଖ୍ୟା ୭୮ରେ ପହଞ୍ଚିଛି। ଏଥିଯୋଗୁଁ ଅଭିଯୁକ୍ତଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ପୁରୀବନ୍ଦ ଡାକରା ଏବଂ ଗଣ୍ଡଗୋଳକୁ ଉତ୍ସାହିତ କରିଥିବା ପ୍ରମୁଖ ବ୍ୟକ୍ତିମାନେ ଫେରାର ଥିବାରୁ ସେମାନଙ୍କୁ ଗିରଫ କରାଯାଇ ପାରିନାହିଁ। ହିଂସାକାଣ୍ଡ ପାଇଁ ଆର୍ଥିକ ପ୍ରୋତ୍ସାହନ ଦେଇଥିବା କିଛି ବ୍ୟକ୍ତିଙ୍କ ନାମ ପୁଲିସ ମାମଲାରେ ଯୋଡିଥିବା ସୂଚନା ମିଳିଛି। ଗତ ୩ତାରିଖ ଦିନ ପୁରୀବନ୍ଦ ବେଳେ ବ୍ୟାପକ ହିଂସାକାଣ୍ଡ ଘଟିଥିଲା। ଶତାଧିକ ଯୁବକ ଶ୍ରୀମନ୍ଦିର ସିଂହଦ୍ୱାର ସୂଚନାକେନ୍ଦ୍ର, ସିଂହଦ୍ୱାର ପୁଲିସ ଫାଣ୍ଡି, ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନାକେନ୍ଦ୍ର ଏବଂ ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିଥିଲେ। ଏହାଛଡା ୪ଟି ମାଗଣା ଜୋତାଷ୍ଟାଣ୍ଡ ସମେତ ଟ୍ରାଫିକ ପୋଷ୍ଟରେ ନିଅାଁ ଲଗାଇ ଦିଆଯାଇଥିଲା।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories