www.samajalive.in
Sunday, December 14, 2025
19.1 C
Bhubaneswar

ଏଣିକି ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ

ଭୁବନେଶ୍ୱର : ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗରେ ବିବାଦ ଜୋର ଧରିବା ପରିପ୍ରେକ୍ଷୀରେ ସରକାର ପୂର୍ଣ୍ଣ ସମୟ ପାଇଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ନିଯୁକ୍ତି ଦେବା ନେଇ ଚିନ୍ତା କରୁଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ଭାରତୀୟ ପ୍ରଶାସନିକ ସେବାର ଜଣେ ବରିଷ୍ଠ ଅଧିକାରୀଙ୍କୁ ଏହି ପଦରେ ନିଯୁକ୍ତି ଦିଆଯିବ।
ଶ୍ରୀମନ୍ଦିରର ପରିଚାଳନା ବ୍ୟବସ୍ଥାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ୨୦୦୬ ମସିହାରେ ମୁଖ୍ୟ ପ୍ରଶାସକ ପଦବୀ ସୃଷ୍ଟି କଲେ। ଏହି ପଦରେ କମିଶନର ବା ତଦୂର୍ଦ୍ଧ୍ବ ପାହ୍ୟାର ଜଣେ ଅଧିକାରୀଙ୍କୁ ଅବସ୍ଥାପିତ କରାଯିବାର ବ୍ୟବସ୍ଥା କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବା ସହ ସମସ୍ତ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପାଦନ କରିବା ପାଇଁ ବିଗତ ୧୨ ବର୍ଷ ଧରି ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି। କିନ୍ତୁ ନିଯୁକ୍ତ ଅଧିକାରୀମାନଙ୍କୁ ନିଜ ମୂଳ ପଦ ସହିତ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବାକୁ ସରକାର ନିର୍ଦେଶ ଦେଉଛନ୍ତି।
ଶ୍ରୀମନ୍ଦିରର ଭିତ୍ତିଭୂମି, ବ୍ୟବସ୍ଥା ମଧ୍ୟରେ ଦୈନନ୍ଦିନ କାର୍ଯ୍ୟକ୍ରମର ପରିଚାଳନା ପାଇଁ ଅନେକ ସମୟରେ ସମସ୍ୟା ଦେଖାଦେଇଥାଏ। ଏଣୁ ଶ୍ରୀମନ୍ଦିର ପାଇଁ ମୁଖ୍ୟ ପ୍ରଶାସକ ପୂର୍ଣ୍ଣ ସମୟ ନିମନ୍ତେ ଭୁବନେଶ୍ୱର
ପରିବର୍ତ୍ତେ ପୁରୀ ଠାରେ ଅବସ୍ଥାପିତ ହେବାର ଆବଶ୍ୟକତା ରହିଛି। ସେବାୟତ ଓ ବିଭିନ୍ନ ନିଯୋଗ ଏହି ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ଗୁରୁତ୍ୱ ଦେଇ ପୂର୍ଣ୍ଣ ସମୟ ପାଇଁ ମୁଖ୍ୟ ପ୍ରଶାସକ ନିଯୁକ୍ତି ଦେବାକୁ ଗଜପତି ମହାରାଜ ଦିବ୍ୟସିଂହ ଦେବ ମଧ୍ୟ ଓଡ଼ିଶା ସରକାରଙ୍କୁ ପତ୍ର ଲେଖିଛନ୍ତି।
୨୦୦୬ରୁ ଏପର୍ଯ୍ୟନ୍ତ ସୁରେଶଚନ୍ଦ୍ର ମହାପାତ୍ର ଦୁଇଥର, ପ୍ରଦୀପ୍ତକୁମାର ମହାପାତ୍ର ଦୁଇଥର, ଅରବିନ୍ଦ ପାଢ଼ୀ ଓ ପ୍ରଦୀପ ଜେନା ଥରେ ଲେଖାଏଁ ଏହି ଦାୟିତ୍ୱରେ ରହିଛନ୍ତି। କିନ୍ତୁ ଏହି ବରିଷ୍ଠ ଅଧିକାରୀମାନେ ମୁଖ୍ୟ ପ୍ରଶାସକ ଭାବେ ନିଜର ଅତିରିକ୍ତ ଦାୟିତ୍ୱ ତୁଲାଇଛନ୍ତି। ପୂର୍ବରୁ ପ୍ରଦୀପ ଜେନା ଜଳସମ୍ପଦ ବିଭାଗର ପ୍ରମୁଖ ସଚିବ ଥିବା ସହ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରୁଥିଲେ। ସେହିପରି ନବ ନିଯୁକ୍ତ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ମଧ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ତୁଲାଇବା ସହ ମୁଖ୍ୟ ପ୍ରଶାସକ ପଦର ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି।
ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ଅତିରିକ୍ତ ଦାୟିତ୍ୱରେ ରହୁଥିବା ବେଳେ ଉପ ମୁଖ୍ୟ ପ୍ରଶାସକ ଭାବ ଜିଲାପାଳ ରହିବା ବ୍ୟବସ୍ଥା ରହିଛି। ଏହାବ୍ୟତୀତ ପ୍ରଶାସକ(ନୀତି), ପ୍ରଶାସକ(ଉନ୍ନୟନ), ପ୍ରଶାସକ(ସୁରକ୍ଷା) ଓ ପ୍ରଶାସକ(ରାଜସ୍ୱ) ଏବଂ ଜଣେ ସହକାରୀ ପ୍ରଶାସକ ଓ ଆଉ ଜଣେ ଉପ ପ୍ରଶାସକ ଭାବେ କମିଟିରେ ଅଛନ୍ତି। ତେବେ ମୁଖ୍ୟ ପ୍ରଶାସକଙ୍କୁ ଶ୍ରୀମନ୍ଦିର ଆଇନ ଅନୁସାରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାର ଅଧିକାର ଦିଆଯାଇଛି। ଅତିରିକ୍ତ ଦାୟିତ୍ୱରେ ଥିବାରୁ ମୁଖ୍ୟ ପ୍ରଶାସକମାନେ ଶ୍ରୀମନ୍ଦିର କାର୍ଯ୍ୟ ପାଇଁ ଯେତିକି ସମୟ ଦେବା କଥା ସେତେ ସମୟ ଦେଇପାରୁ ନାହାନ୍ତି। ବିଭିନ୍ନ ସମୟରେ ବିଶୃଙ୍ଖଳା ପାଇଁ ମୁଖ୍ୟ ପ୍ରଶାସକ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଥାଆନ୍ତି। ସେବାୟତଙ୍କୁ କାରଣ ଦର୍ଶାଅ, ସେବାରୁ ନିଲମ୍ବନ ଆଦି କରିବା ମୁଖ୍ୟ ପ୍ରଶାସକଙ୍କ କ୍ଷମତା ପରିସରଭୁକ୍ତ। ସେମାନେ ପୂର୍ଣ୍ଣ ସମୟ ଦେଇପାରୁ ନଥିବାରୁ ଶ୍ରୀମନ୍ଦିରର ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି।
ସରକାର ଶ୍ରୀମନ୍ଦିର ସମସ୍ୟାକୁ ଗୁରୁତର ସହ ନେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନରେ ସଂସ୍କାର ଆଣିବା ପାଇଁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ନିୟମିତ ମୁଖ୍ୟ ପ୍ରଶାସକ ପଦରେ ଅବସ୍ଥାପିତ କରିବାକୁ ଯୋଜନା କରୁଥିବା ଜଣାଯାଇଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories