www.samajalive.in
Saturday, December 6, 2025
15.1 C
Bhubaneswar

ପଞ୍ଜାବୀ ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
ତେଲ – ଆବଶ୍ୟକ ଅନୁଯାୟୀ
ଅଦା ରସୁଣ ବଟା – ଆବଶ୍ୟକ ଅନୁଯାୟୀ
କଟା ପିଆଜ – ୨ଟି
ହଳଦୀ ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲଙ୍କା ଗୁଣ୍ଡ – ଆବଶ୍ୟକ ଅନୁଯାୟୀ
ଲୁଣ – ଆବଶ୍ୟକ ଅନୁଯାୟୀ
ଲେମ୍ବୁ ରସ – ୧ ଚାମଚ
ଗୋଟା ମସଲା – ୨ଟି ଲବଙ୍ଗ , ୨ଟି ଗୁଜୁରାତି , ୨ଟି ଡ଼ାଲଚିନି , ୨ଟି ବଡ଼ ଅଳେଇଚ, ୨ଟି ତେଜପତ୍ର
ଶୁଖିଲା ଲଙ୍କା – ୨ଟି
କଟା ଧନିଆ ପତ୍ର – ଅଳ୍ପ
କଞ୍ଚା ଲଙ୍କା ବଟା – ଅଳ୍ପ
କଟା ଟମାଟୋ – ୧ଟି
ଗରମ ମସଲା – ଅଳ୍ପ
ଜିରା ଗୁଣ୍ଡ – ଅଳ୍ପ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ସେଥିରେ ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ ଅଳ୍ପ , ୧ ଚାମଚ ଅଦା ରସୁଣ ବଟା, ଲେମ୍ବୁ ରସ, କଞ୍ଚା ଲଙ୍କା ବଟା ଅଳ୍ପ ପକାଇ ଭଲ ଭାବେ ଗୋଳାଇ ୩୦ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏବେ ଗ୍ୟାସରେ କଡ଼େଇ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହେବା ପରେ ଗୋଟା ମସଲା ଲବଙ୍ଗ, ଗୁଜୁରାତି, ଡ଼ାଲଚିନି, ବଡ଼ ଅଳେଇଚ, ତେଜପତ୍ର, କଟା ପିଆଜ ପକାଇ ଭାଜନ୍ତୁ। ଏବେ ଏଥିରେ ଅଳ୍ପ ହଳଦୀ ଗୁଣ୍ଡ,ଲଙ୍କା ଗୁଣ୍ଡ, ଲୁଣକୁ ରଖିଥିବା ଚିକେନରେ ପକାଇ ଭଲ ଭାବେ କଷନ୍ତୁ। ଭଲ ଭାବେ କଷିବା ପରେ କଟା ଟମାଟୋ, ଶୁଖିଲା ଲଙ୍କା, ଗରମ ମସଲା, ଜିରା ଗୁଣ୍ଡ ପକାଇ ଆବଶ୍ୟକ ଅନୁଯାୟୀ ପାଣି ଦେଇ ୧୦ମିନିଟ ଫୁଟାନ୍ତୁ। ୧୦ ମିନିଟ ପରେ ଏକ ପାତ୍ରକୁ କାଢି କଟା ଧନିଆ ପତ୍ର ପକାଇ ସଜାଇ ଦିଅନ୍ତୁ।

- Advertisement -

ପ୍ରସ୍ତୁତ ହୋଇଗଲା ପଞ୍ଜାବୀ ଚିକେନ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories