ପଞ୍ଜାବୀ ଭେଣ୍ଡି ମସଲା

ପଞ୍ଜାବିୀଭେଣ୍ଡି ମସଲା ମୁଖ୍ୟତଃ ପଞ୍ଜାବି ସଂମ୍ପ୍ରଦାୟର ଲୋକପ୍ରିୟ ଖାଦ୍ୟ। ଏହାକୁ ରୁଟି, ପରଟା ଓ ପୁରୀ ସହ ଖାଇଲେ ଭଲ ଲାଗିଥାଏ। ଆସନ୍ତୁ ଜାଣିବା ପଞ୍ଜାବୀ ଭେଣ୍ଡି ମସଲା ପ୍ରସ୍ତୁତ କରିବା ପ୍ରଣାଳୀ….

ଆବଶ୍ୟକୀୟ ସାମଗ୍ରୀ

prayash

୨୫୦ ଗ୍ରାମ ଭେଣ୍ଡି (କଟା ହୋଇଥିବା)
ତେଲ
ଗୋଟିଏ କଟା ଟମାଟୋ
ଗୋଟିଏ କଟା ପିଆଜ
ଏକ ଛୋଟ ଚାମଚ ଅଦା ଓ ରସୁଣ ପେଷ୍ଟ
ଅଧା ଚାମଚ ଜୀରା
ଅଧା ଚାମଚ ହଳଦୀ ଗୁଣ୍ଡ
ଅଧା ଚାମଚ ଧନିଆ ଗୁଣ୍ଡ
୧/୪ ଚାମଚ ଲଙ୍କ ଗୁଣ୍ଡ
୧/୪ ଚାମଚ ଆମଚୁର ପାଉଡର
୧/୪ ଚାମଚ ଚାଟ ମସଲା
୧/୪ ଚାମଚ ଗରମ ମସଲା
୧/୨ ଚାମଚ କସ୍ତୁରୀ ମେଥୀ
ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ଏକ କଡେଇରେ ମଧ୍ୟମ ଆଞ୍ଚରେ ତେଲ ଗରମ କରି ଭେଣ୍ଡି ଭାଜନ୍ତୁ ଏବଂ ପରେ ଏହାକୁ ଏକ ପ୍ଲେଟରେ କାଢି ଦିଅନ୍ତୁ । ପୁଣି କଡେଇରେ ତେଲ ଗରମ କରି ଜିରା ପକାନ୍ତୁ ପରେ କିଛି ସମୟ ପରେ ପିଆଜ ଓ ଅଦା ରସୁଣ ପେଷ୍ଟ ପକାଇ ୨-୩ ମିନିଟ ଭାଜନ୍ତୁ । କିଛି ସମୟ ପରେ ସେଥିରେ ଟମାଟର ପକାଇ ୧ ମିନିଟ ଭାଜିଲା ପରେ ହଳଦୀ, ଲଙ୍କା ଗୁଣ୍ଡ, ଜୀରା ଗୁଣ୍ଡ ପକାଇ ୨ ମିନିଟ୍ ଧିମ ଆଞ୍ଚରେ ଭାଜନ୍ତୁ । ଏବେ ସେଥିରେ ଗରମ ମସଲା, ଚାଟ ମସଲା, ଅମଚୁର ପାଉଡର, କସ୍ତୁରୀ ମେଥୀ ଓ ଲୁଣ ପକାଇ ୩ ମିନିଟ ପର୍ୟ୍ୟନ୍ତ କଷନ୍ତୁ । ମସଲା ହୋଇଗଲା ପରେ ସେଥିରେ ଭେଣ୍ଡି ପକାଇ ୫ ମିନିଟ ଢାଙ୍କୁଣି ଘୋଡେଇ ଦିଅନ୍ତୁ। ୫ ମିନିଟ ପରେ ଢାଙ୍କୁଣି କାଢି ଭଲ ଭାବରେ ଗୋଳାଇ ଦିଅନ୍ତୁ । ରୁଟି ଓ ପୁରୀ ସହ ଗରମ ଗରମ ପରସି ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ପାଞ୍ଜାବୀ ଭେଣ୍ଡି ।

kalyan agarbati

Comments are closed.