www.samajalive.in
Monday, December 15, 2025
24.1 C
Bhubaneswar

ଆଇପିଏଲ ୨୬ତମ ଲିଗ୍ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ

ନୂଆଦିଲ୍ଲୀ: ଅଧିନାୟକ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ଓ ହରପ୍ରୀତ ବ୍ରାରଙ୍କ ଅଲ୍ରାଉଣ୍ଡର ପ୍ରଦର୍ଶନ ବଳେର ପଞ୍ଜାବ କିଙ୍ଗ୍ସ ଚଳିତ ଆଇପିଏଲରେ ତୃତୀୟ ବିଜୟ ହାସଲ କରିଛି। ଶୁକ୍ରବାର ଦିଲ୍ଲୀରେ ଖେଳାଯାଇଥିବା ୨୬ତମ ଲିଗ୍ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ ୩୪ ରନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ପରାସ୍ତ କରିଛି। ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ଓ କ୍ରିସ ଗେଲଙ୍କ ଉପଯୋଗୀ ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରି ୫ ଓିକେଟରେ ୧୭୯ରନ କରିଥିଲା। ଜବାବରେ ବାଙ୍ଗାଲୋର ହରପ୍ରୀତ୍ ବ୍ରାର ଓ ରବି ବିଷ୍ଣାୟୀଙ୍କ ସ୍ପିନ ଜାଲରୁ ମୁକୁଳି ନପାରି ୧୪୫ରନ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପ୍ରଥମ ରାଉଣ୍ଡର ୭ଟି ମ୍ୟାଚରୁ ୩ ବିଜୟ ଓ ୪ଟି ପରାଜୟ ସହ ୬ ପଏଣ୍ଟ ସହ ୫ମ ସ୍ଥାନକୁ ଉନ୍ନୀତ ହୋଇଥିବାବେଳେ ବାଙ୍ଗାଲୋର ସମାନ ସଂଖ୍ୟକ ମ୍ୟାଚ ଖେଳି ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ପାଇ ଟେବୁଲର ୩ୟ ସ୍ଥାନରେ ରହିଛି।

- Advertisement -

୧୮୦ରନକୁ ପିଛା କରିବାକୁ ଯାଇ ବାଙ୍ଗାଲୋର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦେବଦତ୍ତ ପାଡ଼ିକଲ ୭ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ କୋହଲି ଓ ରଜତ ପଟିଦାର ଭାଗିଦାରୀ କରିଥିଲେ। ଦଳ ୧୦ ଓଭରରୁ ୬୨ରନ ସଂଗ୍ରହ କରିଥିଲା। ୧୧ତମ ଓଭରରେ ବାଙ୍ଗାଲୋର ହରପ୍ରୀତ୍ ବ୍ରାର ଦୁଇଟି ବଲରେ କୋହଲି ଓ ମ୍ୟାକ୍ସୱେଲଙ୍କ ୱିକେଟ ନେଇଥିଲେ। କୋହଲି ୩୫ ଓ ମ୍ୟାକ୍ସୱେଲ ଖାତା ଖୋଲିପାରିନଥିଲେ। ଫର୍ମରେ ଥିବା ଏ.ବି ଡିଭିଲିୟର୍ସ ମଧ୍ୟ ବେଶି ସମୟ ତିଷ୍ଠି ପାରିନଥିଲେ। ୧୩ତମ ଓଭରରେ ହରପ୍ରୀତ୍ ଡିଭିଲିୟର୍ସ(୩)ଙ୍କ ୱିକେଟ ହାସଲ କରିଥିଲେ। ୭୨ରନରେ ୪ଟି ୱିକେଟ ହରାଇବା ପରେ ବାଙ୍ଗାଲୋର ପାଇଁ ମ୍ୟାଚକୁ ଫେରିବାର ବାଟ ବନ୍ଦ ହୋଇଯାଇଥିଲା। ଶେଷ ଆଡକୁ ହର୍ଶଲ ପଟେଲ ୩୧ ଓ ଜେମିସନ୍ଙ୍କ ଅପରାଜିତ ୧୬ରନ ବଳରେ ଦଳ ୨୦ ଓଭରରେ ୮ ୱିକେଟ ହରାଇ ୧୪୫ରନ କରିବାକୁ ସକ୍ଷମ ହୋଇଥିଲା। ପଞ୍ଜାବ ପକ୍ଷରୁ ହରପ୍ରୀତ୍ ବ୍ରାର ୩ଟି, ରବି ବିଷ୍ଣୋୟୀ ୨ଟି ୱିକେଟ ନେଇଥିଲେ।

ଟସ୍ ଜିତି ବାଙ୍ଗାଲୋର ଫିଲ୍ଡିଂର ନିଷ୍ପତ୍ତି ନେଇଥିଲା। ମୟଙ୍କ ଅଗ୍ରୱାଲଙ୍କ ବଦଳରେ ପ୍ରାରମ୍ଭିକ ବ୍ୟାଟିଂ କରିବାକୁ ଆସିଥିବା ପ୍ରଭସିମରନ ସିଂହ ୭ରନ କରି ଆଉଟ୍ ହୋଇଥିଲେ। ଦ୍ବିତୀୟ ୱିକେଟରେ ଲୋକେଶ ରାହୁଲ ଓ କ୍ରିସ୍ ଗେଲ ଦ୍ରୁତ ଗତିରେ ରନ୍ ସଂଗ୍ରହ କରିଥିଲେ। ଉଭୟେ ଦ୍ବିତୀୟ ୱିକେଟ ପାଇଁ ୪୩ଟି ବଲରୁ ୮୦ରନ ଯୋଡ଼ିଥିଲେ। ସ୍କୋର ୯୯ରନ ଥିବାବେଳେ ଗେଲ୍ ୨୪ଟି ବଲରୁ ୨ଟି ଛକା ଓ ୬ଟି ଚୌକା ସହ ୪୬ରନ କରି ଆଉଟ୍ ହୋଇଥିେଲ। ଗେଲ୍ଙ୍କ ୱିକେଟ ପରେ ଦଳ ୧୯ରନ ମଧ୍ୟରେ ୩ଟି ୱିକେଟ ହରାଇଥିଲା। ନିକୋଲାସ ପୁରନ ଓ ଶାହାରୁଖ ଖାନ ଖାତା ଖୋଲିପାରିନଥିବାବେଳେ ଦୀପକ ହୁଡା ୫ରନ କରି ଆଉଟ୍ ହୋଇଥିଲେ। ଗୋଟିଏ ପଟେ ୱିକେଟ ପଡ଼ିଚାଲିଥିବାବେଳେ ଅନ୍ୟପଟେ ରାହୁଲ ଦୃଢତାର ସହିତ ବ୍ୟାଟିଂ ଜାରି ରଖିଥିଲେ। ୬ଷ୍ଠ ୱିକେଟ ପାଇଁ ରାହୁଲ ଓ ହରପ୍ରୀତ୍ ବେଏର ୩୨ଟି ବଲରୁ ଅଭିଭାଜିତ ୬୧ରନ ଯୋଗ କରିଥିଲେ। ରାହୁଲ ୫୭ଟି ବଲରୁ ୭ଟି ଚୌକା ଓ ୫ଟି ଛକା ସହୟତାରେ ୯୧ ଓ ହରପ୍ରୀତ୍ ୧୭ଟି ବଲରୁ ୨ଟି ଛକା ଓ ଗୋଟିଏ ଚୌକା ସହ ୨୫ରନ କରି ଅପରାଜିତ ରହିଥିଲେ। ବାଙ୍ଗାଲୋର ପକ୍ଷରୁ କାଲ୍ ଜିମିସନ ୨ଟି, ୱିକେଟ ନେଇଥିଲେ।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories