www.samajalive.in
Sunday, December 14, 2025
19.1 C
Bhubaneswar

ଦଶମ ଶ୍ରେଣୀ ମୂଲ୍ୟାୟନକୁ ନେଇ ଗଣଶିକ୍ଷା ବିଭାଗର ନିର୍ଦେଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଛି। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟା ଆପଣାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। ତେବେ ଏଯାବତ୍ କିଭଳି ମୂଲ୍ୟାୟନ କରାଯିବ ସେ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ନିଆଯାଇନି। ଯେଉଁ ପଦ୍ଧତିରେ ମୂଲ୍ୟାୟନ କଲେ ଅଧିକ ସ୍ବଚ୍ଛ ହେବ ତାକୁ ଆପଣାଇବାକୁ ବିଭାଗ ପକ୍ଷରୁ ବୋର୍ଡକୁ ନିର୍ଦେଶ ଦିଆଯାଇଛି। ତେବେ ବୋର୍ଡ ପକ୍ଷରୁ କିଭଳି ମୂଲ୍ୟାୟନ ହେବ ସେ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି। ଏହାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଦ୍ବନ୍ଦ୍ବ ବଢିବାରେ ଲାଗିଛି।

ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ଜିଲା ଶିକ୍ଷା ଅଧିକାରୀ(ଡିଇଓ) ବିଦ୍ୟାଳୟର ‘ପ୍ରାକ୍ଟିସ୍ ଟେଷ୍ଟ’ ପରୀକ୍ଷାର ରିପୋର୍ଟ ମାଗିଛନ୍ତି। ପୂର୍ବରୁ କିଛି ଡିଇଓ ରିପୋର୍ଟ ମାଗିଥିବାବେଳେ ଏବେ ଏକାଧିକ ଡିଇଓ ଏହି ରିପୋର୍ଟ ଲୋଡ଼ିଛନ୍ତି। କେଉଁ ଟେଷ୍ଟରେ କେତେ ମାର୍କ ରଖିଛନ୍ତି ତା’ର ତଥ୍ୟ ମଗାଯାଇଛି। ଛାତ୍ରଛାତ୍ରୀଙ୍କର ମୂଲ୍ୟାୟନର ଦସ୍ତାବିଜ ଓ ସଫ୍ଟ କପି ମଧ୍ୟ ପ୍ରଦାନ କରିବେ ବିଦ୍ୟାଳୟ କର୍ତ୍ତୃପକ୍ଷ। ସେହିପରି ଏଥିପାଇଁ ଏକ ସ୍ଥିରୀକୃତ ଢାଞ୍ଚାରେ ମାର୍କର ତଥ୍ୟ ଦେବାକୁ କୁହାଯାଇଛି। ବିଭାଗ ପକ୍ଷରୁ ବୋର୍ଡକୁ ଛାତ୍ରଛାତ୍ରୀଙ୍କ ହିତକୁ ଦୃଷ୍ଟିରେ ରଖି ବିକଳ୍ପ ମୂଲ୍ୟାୟନ କରିବାକୁ କୁହାଯାଇଛି। ତେବେ କିଭଳି ମୂଲ୍ୟାୟନ ହେବ ତାକୁ ନେଇ ଏଯାବତ୍ ବୋର୍ଡ ପକ୍ଷରୁ ନିଷ୍ପତ୍ତି ହୋଇପାରୁନି। ବାରମ୍ବାର ବୈଠକ ବସୁଥିଲେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁ ନଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ବୋର୍ଡ କୌଣସି ନିଷ୍ପତ୍ତି ନେଇ ନପାରିବାରୁ ବିଦ୍ୟାର୍ଥୀ ଓ ଅଭିଭାବକଙ୍କର ଚିନ୍ତା ବଢିବାରେ ଲାଗିଛି। ନବମ ଶ୍ରେଣୀ ମାର୍କକୁ ଆଧାର କରି ମୂଲ୍ୟାୟନ ହେବ କି ଟେଷ୍ଟ ପରୀକ୍ଷା ମାର୍କ ଆଧାରରେ ହେବ ତାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ତୁରନ୍ତ ମୂଲ୍ୟାୟନ ନେଇ ବୋର୍ଡ ସ୍ପଷ୍ଟ କରିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories