BJD Bijuli 480×75 Mob

ପଞ୍ଜାବରେ ୧୬ ଆପ୍‍ ନେତାଙ୍କ ସାମୂହିକ ଦଳତ୍ୟାଗ

BJD Bijuli 480×75 Mob
0

ପଟିଆଲା : ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ଆମ୍‍ ଆଦ୍‍ମୀ ପାର୍ଟି (ଆପ୍‍)କୁ ପଞ୍ଜାବରେ ଶକ୍ତ ଧକ୍କା ଲାଗିଛି। ଏଠାରେ ଦଳର ୧୬ ଜଣ ପ୍ରମୁଖ ଆଞ୍ଚଳିକ ନେତା ସାମୂହିକ ଭାବେ ଦଳରୁ ଇସ୍ତଫା ଦେଇଛନ୍ତି। ଏମାନଙ୍କ ମଧ୍ୟରେ ୫ ଜଣ ଜିଲା ଅଧ୍ୟକ୍ଷ, ୬ ଜଣ କ୍ଷେତ୍ରୀୟ ପ୍ରଭାରୀ ଏବଂ ଦୁଇ ଜଣ ମହାସଚିବ ସମ୍ପୃକ୍ତ। ରାଜ୍ୟରେ ଦଳର ଉପାଧ୍ୟକ୍ଷ ଡକ୍ଟର ବଳବୀର ସିଂଙ୍କ ବିରୋଧରେ ଏହି ନେତାମାନେ ମନଇଚ୍ଛା ନିଷ୍ପତ୍ତି ଗ୍ରହଣ କରୁଥିବା ଅଭିଯୋଗ ଆଣିଛନ୍ତି। ତାଙ୍କ ନିଷ୍ପତ୍ତିକୁ ନେଇ ରାଜ୍ୟରେ ଦଳର ଲୋକପ୍ରିୟତା କ୍ଷୁଣ୍ଣ ହେଉଛି ବୋଲି ସେମାନେ ଦର୍ଶାଇଛନ୍ତି। ସେମାନେ ରବିବାର ନିଜ ଇସ୍ତଫାପତ୍ର ଆପ୍‍ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ପଞ୍ଜାବ ସମ୍ବନ୍ଧୀୟ ପ୍ରସଙ୍ଗ ପ୍ରଭାରୀ ମନୀଷ ସିସୋଦିଆଙ୍କ ନିକଟକୁ ପଠାଇଛନ୍ତି। ବିଶେଷକରି ଦଳର ଗ୍ରାମାଞ୍ଚଳ ଜିଲା ଅଧ୍ୟକ୍ଷ ଜିଆନ୍‍ ସିଂହ ମାଙ୍ଗୋଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଏହି ନେତାମାନେ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କୁହାଯାଉଛି। ବହିଷ୍କାର ସମ୍ବନ୍ଧରେ ସେ ହ୍ୱାଟସଆପ୍‍ରୁ ସୂଚନା ପାଇଥିଲେ; କିନ୍ତୁ ବହିଷ୍କାରର କାରଣ ତାଙ୍କୁ ଜଣାଯାଇ ନ ଥିବା ମାଙ୍ଗୋ ଦର୍ଶାଇଛନ୍ତି। ପୂର୍ବରୁ ବିରୋଧୀ ଦଳର ନେତା ସୁଖପାଳ ସିଂହ ଖଇରା ତାଙ୍କୁ ନାଭାସ୍ଥିତ ବାସଭବନରେ ଭେଟିବା ଘଟଣାରେ ଅସନ୍ତୋଷ ପ୍ରକାଶ କରି ସିଂ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ମାଙ୍ଗୋ ଅଭିଯୋଗ କରିଛନ୍ତି।

Leave A Reply