ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସର୍ବକାଳୀନ ଆଦର୍ଶ ଥିଲେ କାନ୍ତକବି ଲକ୍ଷ୍ମିକାନ୍ତ ମହାପାତ୍ର

ମୁକୁନ୍ଦ ଶତପଥୀଙ୍କୁ ‘କାନ୍ତକବି ସ୍ମୃତି ସମ୍ମାନ’

ଭୁବନେଶ୍ୱର:ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଉତ୍କଳ ସମ୍ମିଳନୀର ମଞ୍ଚେଶ୍ୱର ଶାଖା, ପୂର୍ଣ୍ଣାଙ୍ଗ ଉତ୍କଳ ନ୍ୟାସର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ୬୯ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କର ପ୍ରତିମୂର୍ତ୍ତି ସ୍ଥଳରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାନ୍ତକବିଙ୍କ ଜନ୍ମସ୍ଥାନକୁ ଐତିହ୍ୟର ମାନ୍ୟତା ଦେବା, ଘୋଷଣା ଆଧାରରେ ମାଧ୍ୟମିକ ଶିକ୍ଷା ପାଠ୍ୟକ୍ରମରେ ଶୀଘ୍ର ‘ବନ୍ଦେ ଉତ୍କଳ ଜନନୀ’ ଓ କାନ୍ତକବିଙ୍କ ଜୀବନୀକୁ ଅନ୍ତର୍ଭୁକ୍ତ କରାଇବା, ମାଧ୍ୟମିକ ବିଦ୍ୟାଳୟରେ ପ୍ରାର୍ଥନା ‘ଆହେ ଦୟାମୟ ବିଶ୍ୱବିହାରୀ’ ଓ ‘ବନ୍ଦେ ଉତ୍କଳ ଜନନୀ’କୁ ଦୈନିକ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଇବା ପାଇଁ ବକ୍ତମାନେ ଦାବି କରିଥିଲେ। କାର୍ଯ୍ୟକ୍ରମରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ କହିଥିଲେ ଯେ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତିର ଥିଲେ ସର୍ବକାଳୀନ ଆଦର୍ଶ। ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ରଚନା କରିବା ସହିତ ତାଙ୍କ ସାହିତ୍ୟ ଓ ସାମ୍ବାଦିକତାରେ ଓଡ଼ିଶାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିପାରିଥିଲା।

 

prayash

ଏହା ସହିତ ତାଙ୍କ କବିତା ଦେଶପ୍ରେମ ପାଇଁ ସ ବେଶ୍ ସୁନାମ ଅର୍ଜନ କରିଥିଲେ। ଏହାସହିତ ତାଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ସାହିତ୍ୟ ପତ୍ରିକା ‘ଡଗର’ ପାଠକୀୟ ଆଦୃତି ଲାଭ କରିଥିଲା। ଏହି ଅବସରରେ ଭାଷା ସଂସ୍କୃତି ପ୍ରାଣ ମୁକୁନ୍ଦ ଶତପଥୀଙ୍କୁ ‘କାନ୍ତକବି ଲକ୍ଷ୍ମୀକାନ୍ତ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ପୂର୍ଣ୍ଣାଙ୍ଗ ଉତ୍କଳନ୍ୟାସର ପ୍ରତିଷ୍ଠାତା ପର୍ଶୁରାମ ଦ୍ୱିବେଦୀ, ପ୍ରକାଶ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଦିଲ୍ଲୀପ ଦାସଶର୍ମା, ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା, ଶିକ୍ଷାବିତ୍ ସୀତାବଲ୍ଲଭ ମହାପାତ୍ର, ପ୍ରଭୁକଲ୍ୟାଣ ମହାପାତ୍ର, କବି ପ୍ରବୀର ମହାନ୍ତି, ପ୍ରାଚାର୍ଯ୍ୟ ଆସିତ୍ ଦାସ, ରମେଶ ଚନ୍ଦ୍ର ପାତାଳସିଂହ, ଗାୟକ ଆହ୍ଲାଦ ସୁରେନ୍ଦ୍ର ଛୋଟରାୟ, ଶୀତଳ ପ୍ରସାଦ ମହାନ୍ତି, ରୋହିତ କୁମାର ନାୟକ, ବି. ମୂରଲିଧର, ଅରବିନ୍ଦ ତ୍ରିପାଠୀ ପ୍ରମୁଖ ବକ୍ତବ୍ୟ ରଖିଥିଲେ। ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସଂଯୋଜକ ନାରାୟଣ ଓଝା ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.