www.samajalive.in
Saturday, December 6, 2025
14.1 C
Bhubaneswar

ଚୈତ୍ର ନବରାତ୍ରିରେ ମା’ଦୁର୍ଗାଙ୍କ ପୂଜାର ବିଶେଷତ୍ୱ

ମା’ଦୁର୍ଗାଙ୍କ ଅଷ୍ଟମ ଶକ୍ତିର ନାମ ମହାଗୌରୀ ଅଟେ। ନବରାତ୍ରିର ଶେଷ ଦିନରେ ମା’ଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ମା’ଙ୍କ ରଙ୍ଗ ସମ୍ପୂର୍ଣ୍ଣ ଭାବେ ଧବଳ ଅଟେ। ଏହି ବର୍ଣ୍ଣର ତୁଳନା ଶଙ୍ଖ, ଚନ୍ଦ୍ର, ପୁଷ୍ପ ଦ୍ୱାରା କରାଯାଇଥାଏ। ମା’ଙ୍କୁ ବସ୍ତ୍ର, ଅଳଙ୍କାର ଆଦି ଦିବ୍ୟ ଆଭୂଷଣରେ ସଜାଯାଏ। ଭଗବାନ ଶିବଙ୍କୁ ପତି ରୂପରେ ପାଇବାକୁ ମା’ ପାର୍ବତୀଙ୍କ ରୂପରେ କଠୋର ତପସ୍ୟା କରିଥିଲେ। ମା’ଙ୍କୁ ଉପାସନା କରିବା ଦ୍ୱାରା ଭକ୍ତଙ୍କର ସମସ୍ତ କଷ୍ଟ ଦୂର ହୋଇଥାଏ ଓ ପାପରୁ ମୁକ୍ତି ମିଳିଥାଏ। ଆଜିର ଏହି ପବିତ୍ର ଦିନରେ ସମସ୍ତ ରାଶିଙ୍କ ପାଇଁ ଦିନଟି ଶୁଭ ଅଟେ। ବିଶେଷ କରି କର୍କଟ ଓ ମୀନ ରାଶି ପାଇଁ ଦିନଟି ଅଧିକ ଉତ୍ତମ।
ଆଜିର ଶୁଭ ରଙ୍ଗ – ଧଳା
ପୂଜା ସମୟରେ ଭକ୍ତଙ୍କୁ ଧବଳ, ହଳଦିଆ କିମ୍ବା ଗୋଲାପି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ।
ଆଜି ଦିନର ମହତ୍ତ୍ୱ –
ଆଜି ମା’ଗୌରୀଙ୍କର ପୂଜାର୍ଚ୍ଚନା କରିବା ଦ୍ୱାରା ସମସ୍ତ ଦେବାଦେବୀ ପ୍ରସନ୍ନ ହୋଇଥାଆନ୍ତି। ମା’ଙ୍କ ପୂଜାର୍ଚ୍ଚନା ଦ୍ୱାରା ମହିଳାମାନଙ୍କୁ ସୌଭାଗ୍ୟ ପ୍ରାପ୍ତି ହୋଇଥାଏ। ଜାତକରେ ଥିବା ବିଭିନ୍ନ ସମସ୍ୟା ଦୂର ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories