www.samajalive.in
Sunday, December 7, 2025
14.1 C
Bhubaneswar

ପୂଜା ଘରେ ଏହି ଦ୍ରବ୍ୟ ରଖନ୍ତୁ

ସମସ୍ତଙ୍କ ଘରେ ଠାକୁର ଘରଟିଏ ନିଶ୍ଚୟ ଥାଏ। ଘରର ଐଶାନ୍ୟ କୋଣରେ ଠାକୁରଙ୍କ ପାଇଁ ସ୍ୱତନ୍ତ୍ର ଘର କରି ଆମେ ସେଠାରେ ଦିଅଁ ସ୍ଥାପନ କରିଥାଉ। ଆଉ ଏସବୁ କରିବା ଦ୍ବାର ଘରର ସମୃଦ୍ଧି ବଢିଥାଏ। କିନ୍ତୁ ବେଳେ ବେଳେ ଦେଖାଯାଏ, ନିୟମିତ ଠାକୁର ପୂଜା ହେଉଥିଲେ ବି ଘରେ ସୁଖ ଓ ସମୃଦ୍ଧିର ଅଭାବ ଦେଖା ଦିଏ। ତେବେ କାହିଁକି ଏମିତି ହେଉଛି ବୋଲି ଆପଣ ଚିନ୍ତିତ ହୋଇପଡ଼ନ୍ତି।

ଆସନ୍ତୁ ଜାଣିବା ପୂଜା ଘରେ କ’ଣ ରଖିବା ଉଚିତ୍ ..

- Advertisement -

ବାସ୍ତୁଶାସ୍ତ୍ର ଅନୁସାରେ, ଆପଣଙ୍କ ଠାକୁର ଘରେ ଏହି ୫ଟି ସାମଗ୍ରୀ ଥିଲେ, ଶୁଭଫଳ ଅବଶ୍ୟ ମିଳିବ। ଘରେ ସୁଖ ଶାନ୍ତି ଓ ସମୃଦ୍ଧି ବଜାୟ ରହିବ।ପଞ୍ଚାମୃତ: ପଞ୍ଚାମୃତ ହେଉଛି ସର୍ବ କଳୁଷ ନାଶକ। କ୍ଷୀର, ଦହି, ମହୁ, ଘିଅ ଓ ଗୁଡ଼ରେ ପଞ୍ଚାମୃତ ପ୍ରସ୍ତୁତ ହୁଏ। ପଞ୍ଚାମୃତ ପ୍ରସ୍ତୁତ କରି ପ୍ରତିଦିନ ଠାକୁରଙ୍କୁ ଅର୍ପଣ କରନ୍ତୁ। ଦେଖିବେ ଭାଗ୍ୟ ବଦଳିଯିବ।

ଧଳାଫୁଲ: ଫୁଲ ହେଉଛି ସମର୍ପଣର ପ୍ରତୀକ। ଶୁକ୍ଳ ବା ଧଳା ଫୁଲ ହେଉଛି, ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ। ତେଣୁ ଏହାକୁ ଠାକୁରଙ୍କ ପୂଜାରେ ନିଶ୍ଚୟ ବ୍ୟବହାର କରନ୍ତୁ।ଚନ୍ଦନ କାଠ ଓ ପେଡି: ଚନ୍ଦନ ହେଉଛି ସବୁ ଦେବତାଙ୍କର ଅତି ପ୍ରିୟ। ଏହାର ସୁଗନ୍ଧ ମଧ୍ୟ ସମସ୍ତ ଅଶୁଦ୍ଧତା ନାଶ କରିଥାଏ। ଏଣୁ ଆପଣଙ୍କ ଘରେ ଲକ୍ଷ୍ମୀ ଦେବୀ ବାସ କରିଥାଆନ୍ତି।

ଅକ୍ଷତ: ଅକ୍ଷତ ବା ଅରୁଆ ଚାଉଳ ହେଉଛି ସମ୍ପୂର୍ଣ୍ଣତାର ପ୍ରତୀକ। ଏହାକୁ ଘରେ ରଖିଲେ ମନୋକାମନା ପୂର୍ଣ୍ଣ ହୋଇଥାଏ।ମିଠା: ପ୍ରସାଦ ଭିତରେ ମିଷ୍ଠାନ୍ନ ଠାକୁରଙ୍କର ଅତି ପ୍ରିୟ। ତେଣୁ ଏହାକୁ ଘରେ ରଖିଲେ ଭଗବାନ ସନ୍ତୁଷ୍ଟ ହୁଅନ୍ତି ବୋଲି କୁହାଯାଏ।

ବାସ୍ତୁଶାସ୍ତ୍ର ଅନୁସାରେ ଏହି ପାଞ୍ଚଟି ଜିନିଷ ଘରେ ରଖି ଠାକୁରଙ୍କୁ ପୂଜା କରିବା ଉଚିତ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories