ଅତ୍ୟାଧୁନିକ ବୈଷୟିକ ବିକାଶ ସହ ଜନସମ୍ପର୍କର ପରିଭାଷା ବଦଳିବା ଉଚିତ

ସମାଜ ଡିଜିଟାଲ ଡେସ୍କ: ସମୟ ଦ୍ରୁତଗତିରେ ବଦଳୁଛି। ସମୟ ସହିତ ତାଳ ଦେଇ ବୈଷୟିକ ବିଜ୍ଞାନର ବିକାଶଧାରା ଆଧୁନିକରୁ ଅତ୍ୟାଧୁନିକ ସ୍ତରକୁ ଉନ୍ନିତ ହୋଇଛି। ଏହି ଜ୍ଞାନକୌଶଳର ବିକାଶ ସହିତ ଜନସମ୍ପର୍କ ଯାତ୍ରାର ପରିଭାଷାରେ ପରିବର୍ତ୍ତନ ହେବା ଉଚିତ ବୋଲି ପବ୍ଲିକ ରିଲେସନ କାଉନସିଲ ଅଫ ଇଣ୍ଡିଆ(ପିଆରସିଆଇ) ଏବଂ ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି(ବିଜିୟୁ)ର ମିଳିତ ଉଦ୍ୟମରେ ଅନୁଷ୍ଠିତ ପୂର୍ବାଞ୍ଚଳ ସମ୍ମିଳନୀରେ ବକ୍ତାମାନେ କହିଛନ୍ତି।

ବିଜୟୁ କୁଳପତି ପ୍ରଫେସର ଡ. ପି.ପି. ମାଥୁର ‘ପରିବର୍ତ୍ତିତ ପରିସ୍ଥିତିରେ ଜନସମ୍ପର୍କର ପୁନଃ ବାଖ୍ୟାକରଣ’ ଶୀକର୍ଷ ଆଲୋଚନାଚକ୍ରକୁ ଉଦଘାଟନ କରିଥିବାବେଳେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଜଳଦା କୁମାର ତ୍ରିପାଠୀ ଉଦଯାପନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ପିଆରସିଆଇର ଓଡ଼ିଶା ଚାପ୍ଟର ସଭାପତି ପ୍ରଫେସର ଡ. ଅଶୋକ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ପିଆରସିଆଇ ଅଧ୍ୟକ୍ଷ ଏମ.ବି ଜୟରାମ ମୁଖ୍ୟଅତିଥି ଭାବେ ଯୋଗଦେଇ ‘ବିଶ୍ଵ ଜନସମ୍ପର୍କ’ର ପରିବର୍ତ୍ତନ ଏବଂ ଏହାର ଉପଯୁକ୍ତ ଅଧ୍ୟୟନ ଉପରେ ଗୁରୁତ୍ଵାରୋପ କରିଥିଲେ।

Comments are closed.