ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦ୍ଭାବନା ଗୃହଠାରେ ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ବର୍ଷର ଦ୍ୱିତୀୟ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଅଧ୍ୟକ୍ଷତାରେ ବ୍ଲକ ଅଧ୍ୟକ୍ଷା ଅମ୍ବ୍ରିତା କାଡ୍ରାକା, ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଦିଲ୍ଲୀପ ବେହେରା, ସିଡିଏମ ଲାଲମୋହନ ରାଉତରାୟ, ଉପଜିଲାପାଳ ଭୀମସେନ ଶବର ଜିଲା ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା ମଞ୍ଚାସୀନ ରହିଥିଲେ । ଏଥିରେ ମୋଟ ୧୯ଟି ଅଭିଯୋଗ ଶୁଣାଣି ହୋଇଥିଲା । ସେଥିରୁ ୧୫ଟି ବ୍ୟକ୍ତିଗତ ସମସ୍ୟା ଓ ୪ଟି ଗୋଷ୍ଠିଭିତ୍ତିକ ସମସ୍ୟା ରହିଥିଲା । ଏଥିରେ ଜମି କିଣା ବିକା, ଜମିରେ କୂଅ ଖନନ, ବିଦ୍ୟୁତ, ନୂତନ ଡ୍ୟାମ, ଆଦର୍ଶ ଵିଦ୍ୟାଳୟରେ ଜଏନିଂ ଆଦି ବ୍ୟକ୍ତିଗତ ଅଭିଯୋଗ ହୋଇଥିବା ବେଳେ ଗୋଷ୍ଠୀଭିତ୍ତିକରେ ପୂଜାରିଗୁଡା କସ୍ତୁରବା ଗାନ୍ଧୀ ବିଦ୍ୟାଳୟ ପରିଚାଳନା କରିବା ପାଇଁ ଦୁଇଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଦୁଇଟି ଗାଁରେ ପାଣି ସମସ୍ୟା ବିଷୟରେ ଲିଖିତ ଅଭିଯୋଗ ଦେଇଥିଲେ। ଏଥିରେ ସ୍ଥାନୀୟ ବିଡିଓ ଡକ୍ଟର ସୁନୀଲ କୁମାର ଖରା, ତହସିଲଦାର ସୁଧାକର ରଇତ, ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକଙ୍କ ସମେତ ଜିଲାସ୍ତରୀୟ ସମସ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଏହି ବ୍ଲକରେ ଜନଶୁଣାଣିର ସୂଚନା ଗଣମାଧ୍ୟମ ପ୍ରତିନିଧିଙ୍କୁ ମିଳିବାରେ ଅସୁବିଧା ହେଉଛି।
Comments are closed.