www.samajalive.in
Monday, December 15, 2025
16.1 C
Bhubaneswar

ମାଳଦ୍ଵୀପରେ ଭାରତୀୟ ଦୂତାବାସ ଦ୍ୱାରା ଆୟୋଜିତ ଯୋଗ କାର୍ଯ୍ୟକ୍ରମ ବେଳେ ଆକ୍ରମଣ

ଡେସ୍କ: ଭାରତୀୟ ଦୂତାବାସ ଦ୍ୱାରା ମାଳଦ୍ଵୀପରେ ଆୟୋଜିତ ଆନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏକ ଷ୍ଟାଡିୟମରେ ୧୫୦ରୁ ଅଧିକ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗ କରୁଥିବା ବେଳେ ଏଭଳି ଘଟିଛି।

ସୂଚନା ଅନୁଯାୟୀ, ଷ୍ଟାଡିୟମରେ ପ୍ରବେଶ କରି କିଛି ଲୋକ ଅଂଶଗ୍ରହଣକାରୀଙ୍କ ଉପରେ ଆକ୍ରମଣ କରିଥିଲେ ଏବଂ ଭଙ୍ଗାରୁଜା କରିଥିଲେ। ତେବେ ମାଳଦ୍ଵୀପ ପୁଲିସ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପିପର ସ୍ପ୍ରେ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିଥିଲା। ସେଠାକାର ପୁଲିସ ଅଧୀକ୍ଷକ ଫାଥମାଥ ନାଶୱା କହିଛନ୍ତି, ଏହି ଘଟଣାରେ ୬ ଜଣଙ୍କୁ ଅଟକ ରଖାଯାଇଛି।

- Advertisement -

ମାଲଦ୍ୱୀପ ରାଷ୍ଟ୍ରପତି ଇବ୍ରାହିମ ମହମ୍ମଦ ସୋଲିହ କହିଛନ୍ତି ଯେ ଏହି ଘଟଣାର ପୁଲିସ ତଦନ୍ତ ଆରମ୍ଭ କରିଛି। ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି, “ଆଜି ସକାଳେ ଗାଲୋଲୁ ଷ୍ଟାଡିୟମରେ ଘଟିଥିବା ଘଟଣାରେ ତଦନ୍ତ ଆରମ୍ଭ କରାଯାଇଛି। ଏହାକୁ ଗୁରୁତର ବିଷୟ ଭାବେ ଗ୍ରହଣ କରାଯାଇଛି ଏବଂ ଦୋଷୀମାନଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଦିଆଯିବ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories