www.samajalive.in
Saturday, December 13, 2025
14.1 C
Bhubaneswar

ଏକାଗ୍ରତା ଓ ଆତ୍ମନିର୍ଭରଶୀଳତା ପାଇଁ ଯୋଗ ଏକାନ୍ତ ଅପରିହାର୍ଯ୍ୟ

ଭୁବନେଶ୍ୱର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସାରା ବିଶ୍ୱ ଆଜି ଯୋଗ କରିଛି। ବିଶ୍ବର ୧୭୦ରୁ ଅଧିକ ଦେଶରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛି । ଏଥି ସହ ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଦେଶର ୭୫ଟି ପ୍ରମୁଖ ଐତିହସ୍ଥଳରେ ଆନ୍ତର୍ଜାତିକ ଯୋଗ ଦିବସ ଆୟୋଜିତ ହୋଇଯାଇଛି। ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ଶୀର୍ଷକ ରହିଛି ‘ମାନବିକତା ପାଇଁ ଯୋଗ’। ଏହି ପରିପ୍ରେକ୍ଷୀରେ ଉତ୍କଳ ବିଶ୍ବବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି। ଆଜି ଯୋଗ ମୁଦ୍ରାରେ ଥିଲା ଉତ୍କଳ ବିଶ୍ବବିଦ୍ୟାଳୟ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ସମେତ ଅନ୍ୟ ନିମନ୍ତ୍ରିତ ଅତିଥି, ଶିକ୍ଷକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀମାନେ ମିଳିତ ଭାବେ ଯୋଗାଭ୍ୟାସ କରି ଅଷ୍ଟମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରିଥିଲେ। ସୁସ୍ଥ ଓ ନିରୋଗ ଜୀବନଯାପନ ପାଇଁ ଯୋଗାଭ୍ୟାସର ଗୁରୁତ୍ବପୂର୍ଣ୍ଣ ଭୂମିକା ସମ୍ପର୍କରେ ସଚେତନତା ସୃଷ୍ଟି କରିଥିଲେ।


ଉଦଘାଟନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏକାଗ୍ରତା ଓ ଆତ୍ମନିର୍ଭରଶୀଳତା ପାଇଁ ଯୋଗ ଏକାନ୍ତ ଅପରିହାର୍ଯ୍ୟ। ଯୋଗ ଦ୍ବାରା ବ୍ୟକ୍ତିର ଆତ୍ମବିଶ୍ୱାସ ଓ ବ୍ୟକ୍ତିତ୍ୱ ବିକାଶ ହେବା ସହ ଏକ ସୁସ୍ଥ ସମାଜ ଗଠନ ହୋଇଥାଏ। କରୋନା ମହାମାରୀ ସମୟରେ ସମଗ୍ର ବିଶ୍ବ ସଂଘର୍ଷ ଜାରି ରଖିଥିବାବେଳେ ଯୋଗର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ ଥିଲା। ସୁସ୍ଥ ସମାଜ ପାଇଁ ସୁସ୍ଥ ମନ, ଶରୀର, ଆଧ୍ୟତ୍ମିକ ମନୋଭାବ ଆବଶ୍ୟକତା ରହିଛି, ଯାହାକି ନକାରାତ୍ମକ ପ୍ରଭାବ ହ୍ରାସ କରିପାରିବ ଏବଂ ଏହା ଯୋଗ ଦ୍ବାରା ସମ୍ଭବ ହୋଇପାରିବ ବୋଲି ସେ ପ୍ରକାଶ କରିଥିଲେ। ଯୋଗାଭ୍ୟାସ ଦ୍ୱାରା ଜଣେ ମଣିଷ ମାନସିକ, ଆଧ୍ୟାତ୍ମିକ ଏବଂ ଶାରୀରିକ ସୁସ୍ଥତା ହାସଲ କରିଥାଏ। ଛାତ୍ରଛାତ୍ରୀମାନେ ପାଠପଢ଼ା ସହିତ ଯୋଗାଭ୍ୟାସ କଲେ ସେମାନଙ୍କ ସ୍ମରଣଶକ୍ତି ବୃଦ୍ଧି ପାଇବ। ତେଣୁ କେବଳ ଆନ୍ତର୍ଜାତିକଯୋଗ ଦିବସ ଅବସରରେ ନୁହେଁ, ବରଂ ପ୍ରତ୍ୟହ କିଛି ସମୟ ଯୋଗାଭ୍ୟାସ ମାନବଜାତିର ଅର୍ନ୍ତଃନିହିତ ବିକାଶ ସାଧନ ଦିଗରେ ସହାୟକ ହୋଇପାରିବ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଥିଲେ।

- Advertisement -


ଉତ୍କଳ ବିଶ୍ବବିଦ୍ୟାୟର ଜାତୀୟ ସେବା ଯୋଜନା(ଏନଏସଏସ)ବ୍ୟୁରୋ ପକ୍ଷରୁ ଅଷ୍ଟମ ଆନ୍ତର୍ଜାତିକ ଦିବସ ପାଳିତ ହୋଇଯାଇଛି। ଏଥିରେ ବିହାରସ୍ଥିତ ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ବବିଦ୍ୟାଳୟର କୁଳାଧିପତି ପ୍ରଫେସର ପ୍ରଫୁଲ୍ଲ କୁମାର ମିଶ୍ର, ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚ ଶିକ୍ଷା ବିଭାଗ ଉପସଚିବ ଡ.ରମେଶ ଚନ୍ଦ୍ର ବେହେରା, ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦେଶକ ସରିତା ପଟେଲ, ବାଣିଜ୍ୟ ବିଭାଗ ମୁଖ୍ୟ ପ୍ରଫେସର ପି.କେ.ହୋତା, ରୁସା ୨.୦ ସଂଯୋଜକ ପ୍ରଫେସର ସୁଶାନ୍ତ କୁମାର ବଡ଼ମାଳି, ଏନଏସଏସ ପ୍ରୋଗ୍ରାମ କୋଅର୍ଡିନେଟର ବ୍ରଜ ନାରାୟଣ ପାତ ପ୍ରମୁଖ ସୁସ୍ଥ ଓ ନିରୋଗ ଜୀବନ ଯାପନ ପାଇଁ ଯୋଗର ଗୁରତ୍ବପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଛାତ୍ର ମଙ୍ଗଳ ନିର୍ଦେଶକ ପ୍ରଫେସର ମିତାଲି ଚିନ୍ନାରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏନଏସଏସ ପ୍ରୋଗ୍ରାମ ଅର୍ଗାନାଇଜର ରବିନାରାୟଣ ପାତ୍ର ଉପସ୍ଥିତ ଥିଲେ। ଏହି ଅବସରରେ ଉତ୍କଳ ବିଶ୍ବବିଦ୍ୟାଳୟର ଯୋଗ ବିଭାଗର ଛାତ୍ର ପଦ୍ମଲୋଚନ ଦାସ ଓ ଛାତ୍ରୀ ସସ୍ମିତା ଦାସଙ୍କ ନେତୃତ୍ବରେ ଯୋଗାଭ୍ୟାସ କରାଯାଇଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories