www.samajalive.in
Thursday, December 11, 2025
27.1 C
Bhubaneswar

ମାଓବାଦୀ-ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟଣା- ପ୍ରତି ସହିଦଙ୍କ ପରିବାରକୁ ୨୦ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା

ନୂଆପଡ଼ାରେ ମାଓବାଦୀ-ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ, ୩ ଯବାନ ସହିଦ ଘଟଣାରେ ସହିଦ ପରିବାରଙ୍କ ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ପ୍ରତି ସହିଦଙ୍କ ପରିବାରକୁ ୨୦ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ଘୋଷଣା କରାଯାଇଛି।

ଏଠାରେ ସୂଚନା ଯୋଗ୍ୟ ଯେ ଆଜି ବୋଡେନ ବ୍ଲକ ପାଟଧରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ-ସିଆରପିଏଫ ଯବାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ଏବଂ ଏଥିରେ ୩ଜଣ ସିଆରପିଏଫ ଯବାନଙ୍କ ମୃତ୍ୟୁ ହୋଇଥିଲା। ସହିଦ ଯବାନ ଶିଶୁପାଳ ସିଂ, ଶିବଲାଲ ଓ ଧର୍ମେନ୍ଦ୍ର ସିଂ ବୋଲି ଚିହ୍ନଟ କରାଯାଇଛି। ସିଆରପିଏଫ ଯବାନମାନେ ଗୋଟିଏ ଶିବିରରୁ ଅନ୍ୟ ଏକ ଶିବିରକୁ ଯିବାବେଳେ ସେମାନଙ୍କୁ ମାଓବାଦୀମାନେ ଆକ୍ରମଣ କରିଥିଲେ। ଉଭୟ ପକ୍ଷରୁ ଗୁଳିବିନିମୟ କରାଯାଇଥିଲା। ଏଥିରେ ୩ଜଣ ଯବାନ ସହିଦ ହୋଇଯାଇଥିଲେ ବୋଲି ଜଣାପଡ଼ିଛି। ତେବେ ବିସ୍ତୃତ ସୂଚନାକୁ ଅପେକ୍ଷା କରାଯାଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories