www.samajalive.in
Wednesday, December 10, 2025
18.1 C
Bhubaneswar

ମହାରାଷ୍ଟ୍ରରେ ରାଜନୈତିକ ମହାସଙ୍କଟ – ଶିବସେନାର ବରିଷ୍ଠ ନେତାଙ୍କ ବିଦ୍ରୋହର ସ୍ୱର

ମୁମ୍ବାଇ – ମହାରାଷ୍ଟ୍ରରେ ଏବେ ଶିବସେନା , କଂଗ୍ରେସ ଏବଂ ଏନ୍‌ସିପିର ମହାବିକାଶଅଗାଡି ମେଣ୍ଟ ସରକାର ଚାଲିଛି । ଏବେ ଏହି ମେଣ୍ଟ ସରକାଙ୍କର ଏକ ପ୍ରକାର ଟଳମଳ ସ୍ଥିତି । ଶିବସେନାର ବରିଷ୍ଠ ନେତା ତଥା ବିଧାୟକ ଦଳର ନେତା ଏକନାଥ ସିନ୍ଧେ ଦଳର ହାତ ଛାଡିଛନ୍ତି । ସେ ଏବେ ସୁରାଟର ଏକ ହୋଟେଲ୍‌ରେ ୨୧ ଜଣ ବିଧାୟକଙ୍କ ସହ ରହିଥିବା ସୂଚନା ମିଳିଛି ।

ଏହାପରେ ମହାରାଷ୍ଟ୍ର ସରକାରର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏକନାଥ ସିନ୍ଧେଙ୍କୁ ଶିବସନା ଗତକାଲୀ ବିଧାୟକ ଦଳ ନେତା ପଦରୁ ନିଲମ୍ବିତ କରିଥିଲା । ଏହାପରେ ଏକନାଥ ବିଜେପି ଶାସିତ ଗୁଜୁରୁଟର ସୁରାଟକୁ ଯାଇଥିଲେ , ତେବେ ଏକନାଥ ଦଳକୁ ଠକି ନଥିବା ଏବଂ ବାଲାସାହେବ ଠାକରେଙ୍କର ପ୍ରଦର୍ଶୀତ ମାର୍ଗରେ ଚାଲୁଥିବା କଥା କହିଛନ୍ତି ।

- Advertisement -

ଏକନାଥ ସିନ୍ଧେ ଶିବସେନାର ବରିଷ୍ଠ ନେତା । ସେ ୪ ଥର ପାଇଁ ମହାରାଷ୍ଟ୍ର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ୨୦୦୪ ମସିହାରୁ ସେ ଲଗାତାର ଭାବେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏବେ ସେ ନିଜ ଟ୍ୱିଟର ଆକାଉଣ୍ଟରୁ ଶିବସେନା ଶଦ୍ଦକୁ ବାଦ ଦେଇଛନ୍ତି ।

ମହାରାଷ୍ଟ୍ରର ବିଧାନ ପରିଷଦ ନିର୍ବାଚନରେ ମହାବିକାଶଅଗାଡିକୁ ଜୋରଦାର ଝଟକା ଲାଗିଛି । ଏହାର ନିର୍ବାଚନରେ ବିଜେପି ସମସ୍ତ ୫ଟି ଯାକ ଆସନ ଜିତିଛି । ଶିବସେନା ସାସଂଦ ସଂଜୟ ରାଓତ ବିଜେପି ଉଦ୍ଧବ ଠାକରେଙ୍କ ସରକାରକୁ ପଦଚ୍ୟୁତ କରିବା ପାଇଁ ଉଦ୍ୟମ କରୁଥିବା କଥା ଅଭିଯୋଗ କରିଛନ୍ତି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories