www.samajalive.in
Sunday, December 7, 2025
26.1 C
Bhubaneswar

ୟୁସିସିକୁ ବିରୋଧ; ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ କନ୍ଧ କୁଳ ପରିଷଦ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକକ ନାଗରିକ ସଂହିତା ବିରୋଧରେ ଏକ ଦାବିପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାର ଗଣେଶ ଦଳେଇଙ୍କୁ ପ୍ରଦାନ କରାଯାଇଛି। ଉକ୍ତ ପତ୍ରରେ ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ଅଧିକାର, ୫ମ ଓ ୬ଷ୍ଠ ଅନୁସୂଚୀତ ରାଜ୍ୟ ନିୟମ ଲାଗୁ କରିବା, ସମ୍ବିଧାନ ନିୟମ ବଦଳାଇବା ଷଡ଼ଯନ୍ତ୍ର ବନ୍ଦ କରିବା, ଆଦିବାସୀଙ୍କୁ ଅନ୍ୟାୟ ଅତ୍ୟାଚାର ବନ୍ଦ କରିବା ଇତ୍ୟାଦି ଦାବିଗୁଡିକ ଉଲ୍ଲେଖ କରି ତହସିଲଦାରଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ କନ୍ଧକୁଳ ସମାଜର ବାଲାରାଓ ବିଡିକା, ଆପାରାଓ କୁଲିସିକା, ଲାସୁ କାଡ୍ରାକା, ଦାସ କଦ୍ରାକା, ଜୁଗୁ ନାଚିକା, ସାରୁ ନାଚିକା, ମାନୁ ସିକକା, ମିନରାଓ ହିକକା, ସାରୁ କାଣ୍ଡାଗରୀ, ଜିୟାନା କାଡ୍ରାକା ପ୍ରମୁଖ ରହିଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories