ପ୍ରଧାନମନ୍ତ୍ରୀ ଆବାସ ଓ ଫନୀ ସହାୟତାରେ ଅନିୟମିତତା ଅଭିଯୋଗ ; ବିକ୍ଷୋଭ ପ୍ରଦର୍ଶନ

ସାକ୍ଷୀଗୋପାଳ : ସତ୍ୟବାଦୀ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଓ ଫନୀ ସହାୟତା ପ୍ରଦାନରେ ବ୍ୟାପକ ଅନିୟମିତତା ଅଭିଯୋଗ କରି ସତ୍ୟବାଦୀ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେସୋମବାର ବିକ୍ଷୋଭ ପ୍ରଦର୍ଶନ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏ ସମ୍ପର୍କରେ ପୁରୀ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ମଣ୍ଡଳ  ଉନ୍ନୟନ ଅଧିକାରୀ ଲୋଚନ ଦାସଙ୍କୁ ପ୍ରଦାନ କରାଯାଇଥିଲା। କୃଷ୍ଣଚନ୍ଦ୍ର ଜଗଦ୍ଦେବଙ୍କ ନେତୃତ୍ୱରେ ଆନ୍ଦୋଳନକାରୀ ମାନେ ଐତିହାସିକ ବକୁଳ ବନ ଠାରୁ ଏକ ଶୋଭାଯାତ୍ରାରେ ଆସିଥିଲେ। ବିଭିନ୍ନ ସ୍ଲୋଗାନ ଲେଖା ଥିବା ପ୍ଲା କାର୍ଡ ଧରି ସ୍ଲୋଗାନ ଦେଇ ଆନ୍ଦୋଳନକାରୀ ମାନେ ସାକ୍ଷୀଗୋପାଳ ବଜାର ପରିକ୍ରମା କରିଥିଲେ।

Comments are closed.