ବିଧାୟକଙ୍କ ବାସଭବନ ଘେରିଲା ବ୍ୟବସାୟୀ ସଂଘ

0

ବ୍ରହ୍ମପୁର: ବ୍ରହ୍ମପୁର ବସ୍‍ଷ୍ଟାଣ୍ଡ ସ୍ଥାନାନ୍ତର ନିଷ୍ପତ୍ତିର ପ୍ରତିବାଦରେ ବ୍ୟବସାୟୀ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶନିବାର ସକାଳୁ ବ୍ୟବସାୟୀ ସଂଘର ସଦସ୍ୟମାନେ ସ୍ଥାନୀୟ ବିଧାୟକଙ୍କ ବାସଭବନକୁ ଘେରାଉ କରିଛନ୍ତି। ପ୍ରତିବାଦ ସ୍ୱରୂପ ବ୍ରହ୍ମପୁରରେ ସମସ୍ତ ଦୋକାନବଜାର ବନ୍ଦ ରହିଛି।
ସୂଚନା ଅନୁଯାୟୀ, ରବିବାର ଦିନ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ବସଷ୍ଟାଣ୍ଡକୁ ହଳଦୀପଦରକୁ ସ୍ଥାନାନ୍ତର କରାଯିବ ବୋଲି ଘୋଷଣା କରାଯାଇଥିଲା। ବ୍ୟବସାୟୀ ସଂଘର ଅଭିଯୋଗ ଅନୁଯାୟୀ ବସଷ୍ଟାଣ୍ଡକୁ ଦୂରକୁ ଉଠାଇ ଦିଆଗଲେ ପ୍ରାୟ ୨୦୦ରୁ ଊଦ୍ଧ୍ୱର୍ ବ୍ୟବସାୟୀ କ୍ଷତିର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏଥିସହିତ ଯାତ୍ରୀମାନେ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ। ତେଣୁ ବ୍ୟବସାୟ ସଂଘର ସଦସ୍ୟମାନେ ଶନିବାର ଦିନ ପ୍ରଶାସନ ନିଷ୍ପତ୍ତିର ପ୍ରତିବାଦ କରିଛନ୍ତି। ସେମାନଙ୍କ ଦାବି ପୂରଣ ନ ହେଲେ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

kalyan agarbati
Leave A Reply