www.samajalive.in
Monday, December 15, 2025
27.1 C
Bhubaneswar

ଚାକିରୀରେ ପଦୋନ୍ନତି ପରେ ଏହି ଭୁଲ କରିବାରୁ ନିବୃତ୍ତ ରୁହନ୍ତୁ

ବେଳେ ଚାକିରୀ କ୍ଷେତ୍ରରେ ପଦୋନ୍ନତି ପଦୋନ୍ନତି ପାଇଲା ପରେ କାଯ୍ୟ କରିବାରେ ଅବହେଳା କରନ୍ତି। ନିଜ କାର୍ଯ୍ୟକୁ ଠିକ ଭାବେ ନ କରି ଅନ୍ୟ ଉପରେ ନିର୍ଭର ହୋଇଯାଆନ୍ତି। ସେମାନେ ଭାବନ୍ତି ପଦୋନ୍ନତି ପରେ ସେମାନଙ୍କ କାର୍ଯ୍ୟ କମ ହୋଇଯାଇଥାଏ। ମାତ୍ର ସେମାନେ ଭୁଲି ଯାଆନ୍ତି ଯେ ଏପରି କରିବା ଦ୍ୱାରା ସେମାନଙ୍କ କାର୍ଯ୍ୟକ୍ଷେତ୍ରରେ ଏହାର ପ୍ରଭାବ ପଡିଥାଏ। ଯଦି ଆପଣ ସେହିପରି କିଛି ଭୁଲ କରିବାରୁ ବଞ୍ଚିବାକୁ ଚାହୁଁଛନ୍ତି ତେବେ ଖୁବ ସତର୍କତାର ସହ କାର୍ଯ୍ୟ କରନ୍ତୁ। ଆସନ୍ତୁ ଜାଣିବା ପଦୋନ୍ନତି ପରେ କେଉଁ ଭୁଲ କରିବା ଉଚିତ ନୁହେଁ।


ପଦୋନ୍ନତି ପରେ ଏହି ଭୁଲ କରିବାରୁ ନିବୃତ୍ତ ରୁହନ୍ତୁ:
ଟିମକୁ ଦୁରେଇ ଦିଅନ୍ତୁ ନାହିଁ: ମନେରଖନ୍ତୁ ଯେ ପଦୋନ୍ନତି ପରେ ଟିମ ଆପଣଙ୍କ ଉପରେ ନିର୍ଭରଶୀଳ ହୋଇଯାଆନ୍ତି। ବିନା ଟିମ ଦ୍ୱାରା ଆପଣ କୌଣସି କାମରେ ସଫଳତା ପାଇବା କଷ୍ଟକର ହୋଇଥାଏ। ତେଣୁ ଯେକୌଣସି କାମ କରିବା ବେଳେ ଟିମର ସାହାଯ୍ୟ ନିଅନ୍ତୁ। ସବୁବେଳେ ବିଶେଷ ଭାବେ ଧ୍ୟାନ ଦିଅନ୍ତୁ ଯେ ଟିମ୍‌ରେ କେବେ ହେଲେ ନିଜର ପ୍ରଶଂସା କରନ୍ତୁ ନାହିଁ ଏହା କରିବା ଦ୍ୱାରା ଆପଣଙ୍କ ପ୍ରତି ଅନ୍ୟମାନେ ଅସନ୍ତୋଷ ହେବେ।

- Advertisement -


ଅବହେଳା କରନ୍ତୁ ନାହିଁ: ଅନେକ ଥର ଦେଖାଯାଏ ଯେ ପଦୋନ୍ନତି ପରେ ବ୍ୟକ୍ତି କିଛି ମାତ୍ରାରେ ଅବହେଳା ପ୍ରଦର୍ଶନ କରିଥାନ୍ତି। ବ୍ୟକ୍ତି ଭାବିଥାନ୍ତି ଯେ କାର୍ଯ୍ୟରେ ଅଳ୍ପ ଅବହେଳା କଲେ କିଛି କ୍ଷତି ହୋଇ ନଥାଏ। ଏହାର ପ୍ରଭାବ ଚାକିରୀରେ ପଡିଥାଏ। ତେଣୁ ଅଫିସରେ କାମ କଲାବେଳେ ଗମ୍ଭୀରତାର ସହ ମନ ଦେଇ କାଯ୍ୟ କରନ୍ତୁ।

ଅଧିକ ଦୃଢ ବିଶ୍ୱାସ ହୁଅନ୍ତୁ ନାହିଁ: କେବେ ହେଲେ ଭୁଲନ୍ତୁ ନାହିଁ ଯେ ଆପଣଙ୍କୁ ଭଲ କାମ ପାଇଁ ପଦୋନ୍ନତି ମିଳିଥାଏ। ନିଜ ଉପରେ ଅଧିକ ଦୃଢ ବିଶ୍ୱାସ ରଖି କାର୍ଯ୍ୟ କଲେ ବେଳେବେଳେ ଭୁଲ ହୋଇଯାଇଥାଏ। ଯେକୌଣସି କାଯ୍ୟ କଲେ ସ୍ଥିରମନା ହୋଇ କାଯ୍ୟ କରନ୍ତୁ। ନିଜ ଉପରେ ବିଶ୍ୱାସ ରଖି କାମ କରିବା ଭଲ କିନ୍ତୁ ଅଧିକ ବିଶ୍ୱାସ କରିବା ଭଲ ନୁହେଁ। ଏପରି କରିବା ଦ୍ୱାରା ଭୁଲ ଯୋଗୁ ଆମର କ୍ଷତି ହୋଇପାରେ।

କାହାକୁ ଛୋଟ କିମ୍ବା ବଡ ଭାବନ୍ତୁ ନାହିଁ: ଅନେକ କ୍ଷେତ୍ରରେ ଦେଖାଯାଇଥାଏ ଯେ ପଦୋନ୍ନତି ମିଳିବା ପରେ ନିଜଠାରୁ ସାନ କର୍ମଚାରୀଙ୍କୁ ଛୋଟ ଭାବନ୍ତି। ସେମାନଙ୍କୁ ଛୋଟ ଭାବି ତାଙ୍କ ଉପରେ ଆଙ୍ଗୁଠି ଉଠାଇଥାନ୍ତି। ନିଜେ କରିଥିବା ଭୁଲକୁ ତଳସ୍ତର କର୍ମଚାରୀଙ୍କ ଉପରେ ଲଦି ଦେଇଥାନ୍ତି। କେବେ ହେଲେ ଭୁଲନ୍ତ ନାହିଁ ଯେ ଆପଣ ମଧ୍ୟ ଦିନେ ସେହି କାଯ୍ୟରେ ଥିଲେ। ତେଣୁ କର୍ମକ୍ଷେତ୍ରରେ ସମସ୍ତଙ୍କୁ ସମାନ ଭାବିବା ଉଚିତ।

Hot this week

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

Related Articles

Popular Categories