www.samajalive.in
Saturday, December 6, 2025
23.1 C
Bhubaneswar

ପ୍ରିୟଙ୍କାଙ୍କ ନଖରାମି

ପୂର୍ବତନ ବିଶ୍ବସୁନ୍ଦରୀ ପ୍ରିୟଙ୍କା ଚୋପ୍ରାଙ୍କ ନଖରାମି ଦିନକୁଦିନ ବଢ଼ିଚାଲିଛି। ପ୍ରଥମେ ବଲିଉଡର ସୁଲତାନ ଦବଙ୍ଗ ଖାନ୍‌ଙ୍କୁ ‘ଭାରତ’ ଚଳଚ୍ଚିତ୍ର ପାଇଁ ହଁ ଭରି ପରେ ଧରାଛୁଆଁ ଦେଇନଥିଲେ। ଘନିଷ୍ଠ ବନ୍ଧୁ ନିକ୍‌ ଜୋନସ୍‌ଙ୍କ ସହ ନିର୍ବନ୍ଧ ହେବା ପରେ ତାଙ୍କ ରଙ୍ଗଢଙ୍ଗ ବଦଳିଯାଇଛି ବୋଲି ଅନେକ କହୁଛନ୍ତି। କେତେକ ହଲିଉଡ ପ୍ରୋଜେକ୍ଟରେ କାମ କରିବା ପରେ ସେ ଏବେ ନିଜକୁ ବିଦେଶୀ ପରୀ ଭାବିବାର ଭ୍ରାନ୍ତ ଧାରଣାରୁ ଖୁବ୍ ଶୀଘ୍ର ବାହାରିଆସିବେ, ଏକଥା ମଧ୍ୟ ଶୁଣାଗଲାଣି। ବଲିଉଡର ନାମୀ ପ୍ରଯୋଜକ ତଥା ନିର୍ଦେଶକ କରନ୍‌ ଜୋହର୍‌ଙ୍କ କଫି ଉଇଥ୍ କରନ୍‌ର ଆଗାମୀ ଅଧ୍ୟାୟର ସୁଟିଂ ଜୋର୍‌ସୋର୍‌ରେ ଆରମ୍ଭ ହୋଇଯାଇଛି। ବହୁପୂର୍ବରୁ ଏଥିରେ ଅତିଥି ଭାବେ ଯୋଗଦେବେ ବୋଲି ପ୍ରିୟଙ୍କା ଓ ନିକ୍ ସବୁଜ ସଙ୍କେତ ଦେଇସାରିଥିଲେ, କିନ୍ତୁ ଯଥା ସମୟବେଳକୁ ପ୍ରିୟଙ୍କା କାହାର ଫୋନ୍ ଉଠାଇନଥିଲେ। କରନ୍ ବ୍ୟକ୍ତିଗତ ଭାବେ ଯଥାସାଧ୍ୟ ଚେଷ୍ଟା କରି ବିଫଳ ହୋଇଛନ୍ତି। କରନ୍‌ଙ୍କ ଟିମ୍ ‘କଫି ଉଇଥ୍ କରନ୍‌‌’ର ପ୍ରଚାର ଅଭିଯାନରେ ଲାଗିପଡ଼ିଥିଲାବେଳେ ପ୍ରିୟଙ୍କା-ନିକ୍‌ଙ୍କ ସମ୍ପର୍କରେ ପଚରାଯିବାରୁ ସେମାନେ ସ୍ପଷ୍ଟ ମନା କରିଥିଲେ। ପ୍ରିୟଙ୍କାଙ୍କ ଏଭଳି ହାବଭାବକୁ ଦେଖି ତାଙ୍କ ନିକଟତମ ଲୋକେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କଲେଣି। ଆଜି କେବଳ ବଲିଉଡ ପାଇଁ ପରିଚିତ ହୋଇଥିବା ଏଇ ସୁନ୍ଦରୀ ହଲିଉଡ ମାୟାରେ ହଜି ପୁଣି ଦେଶକୁ ପ୍ରତ୍ୟାବର୍ତ୍ତନ କରିବା ନିଶ୍ଚିତ ବୋଲି ସମୀକ୍ଷକଙ୍କ ମତ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories