www.samajalive.in
Monday, December 8, 2025
17.1 C
Bhubaneswar

ରାଜି ହେଲେ ଅଭିଷେକ

ମୁମ୍ବଇ : ଜୁନିୟର ବଚ୍ଚନ ଅଭିଷେକଙ୍କ କ୍ୟାରିୟରର ଗତି ଏକଦମ୍ ଧୀର ହୋଇ ଯାଇଛି, ଏହା ସମସ୍ତଙ୍କୁ ଜଣା। ନିକଟରେ ତାଙ୍କ ଅଭିନୀତ ‘ମନମର୍ଜିୟାଁ’ ମୁକ୍ତିଲାଭ କରିଛି। ଅନୁରାଗ କଶ୍ୟପ ନିର୍ଦେଶିତ ଏହି ଚଳଚ୍ଚିତ୍ରର କାହାଣୀକୁ ବିଭିନ୍ନ ମହଲରେ ପସନ୍ଦ କରାଯାଇଥିବାବେଳେ ଅଭିଷେକ କିନ୍ତୁ ହିଟ୍ ତାଲିକାଭୁକ୍ତ ହୋଇପାରି ନାହାନ୍ତି। ଅନ୍ୟ ଦୁଇ ସହ କଳାକାର ବିକି କୌଶଲ୍ ଓ ତାପସୀ ପନ୍ନୁଙ୍କ ଅଭିନୟକୁ ବେଶ୍ ପ୍ରଶଂସା କରାଯାଇଛି। ଅନୁରାଗଙ୍କ ଆଗାମୀ ଚଳଚ୍ଚିତ୍ର ‘ଗୁଲାବ ଜାମୁନ୍‌’କୁ ନେଇ ଅଭିଷେକ ଆଉ ପୂର୍ବଭଳି ଉତ୍ସାହିତ ନାହାନ୍ତି। ତେବେ ପୂର୍ବରୁ ତିନିଥର ଗୋଟିଏ ପ୍ରୋଜେକ୍ଟକୁ ନା କରିଥିବା ଅଭି ଏବେ ସେଥିପାଇଁ ହଁ ଭରିଛନ୍ତି। ନିର୍ଦେଶକ ପବନ କୃପଲାନୀ ଆଗାମୀ ଚଳଚ୍ଚିତ୍ର ‘ତାନ୍ତ୍ରିକ’ ନିମନ୍ତେ ଅଭିଷେକଙ୍କୁ ପ୍ରସ୍ତାବ ଦେଇଥିଲେ। ପୂର୍ବରୁ ସେ ଦୁଇଟି ହିଟ୍ ହରର୍ ଚଳଚ୍ଚିତ୍ର ‘ରାଗିନୀ ଏମ୍‌ଏମ୍‌ଏସ୍’ ଓ ‘ଫୋବିୟା’ର ନିର୍ଦେଶନା ଦେଇଛନ୍ତି। ତେବେ ଅଭି ଏହି ଭୂମିକା ନିମନ୍ତେ ଆଦୌ ପ୍ରସ୍ତୁତ ନଥିବାରୁ ସମୟ ଘୁଞ୍ଚାଇଥିଲେ। ମନମର୍ଜିୟାଁରେ ନିଜ ଅବସ୍ଥା ଦେଖି ଏଇ ହରର୍ ଚଳଚ୍ଚିତ୍ରରେ ଅଭିନୟ ନିମନ୍ତେ ଅଭିଷେକ ରାଜି ହୋଇଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories