ସ୍ୱଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ, ସ୍ୱାଗତ ପାଇଁ ବିଜେପିର ଭବ୍ୟ ଆୟୋଜନ

ନୂଆଦିଲ୍ଲୀ: ଆମେରିକା ଗସ୍ତ ସାରି ସ୍ୱଦେଶ ଫେରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ମୋଦୀଙ୍କ ସ୍ୱାଗତ ପାଇଁ ବିଜେପି ପକ୍ଷରୁ ଦିଲ୍ଲୀରେ ଭବ୍ୟ ଆୟୋଜନ କରାଯାଇଛି। ପାଲାମ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ମୋଦୀ ପହଞ୍ଚିବା ପରେ ତାଙ୍କୁ ପାଲାମରୁ ଧୌଲାକୁଆଁ ପର୍ଯ୍ୟନ୍ତ ପ୍ରାୟ ୩ କିଲୋମିଟର ରାସ୍ତାରେ ଢୋଲ,ନଗାଡା ସହ ହଜାର ହଜାର କର୍ମକର୍ତ୍ତା  ସ୍ୱାଗତ କରିବେ। ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଏହି ୩ କିଲୋମିଟର ରାସ୍ତାର ଉଭୟ ପାର୍ଶ୍ବରେ କିଛି କିଛି ଦୂର ଛାଡି ଷ୍ଟେଜ ନିର୍ମାଣ କରାଯାଇଛି। ଏହି ଷ୍ଟେଜରୁ ଭାରତର ବିଭିନ୍ନ ରାଜ୍ୟର ବେଷଭୂଷା ପରିଧାନ କରି କଳାକାର ମାନେ ଢୋଲ,ନଗାଡା ସହ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବେ। ଏଥି ସହିତ ପାଲାମର ଟେକ୍ନିକାଲ ଏରିଆ ନିକଟରେ ଏକ ଷ୍ଟେଜ ପ୍ରସ୍ତୁତ କରାଯାଇଛି। ଯେଉଁ ଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଣମାଧ୍ୟମକୁ ସମ୍ବୋଧନ କରିବେ।

ଏଠାରେ ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୭ ଦିନିଆ ଆମେରିକା ଗସ୍ତ କାଳରେ ହ୍ୟୁଷ୍ଟନ ସହରରେ ଆୟୋଜିତ ‘ହାଓଡି ମୋଦୀ’ କାର୍ଯ୍ୟକ୍ରମରେ ଭାରତୀୟ ସମୁଦାୟଙ୍କୁ ଉଦବୋଧନ ଦେବା ସହ ମିଳିତ ଜାତିସଂଘର ୭୪ ତମ ସାଧାରଣ ପରିଷଦ ବୈଠକରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ ବିଶ୍ୱକୁ ଆତଙ୍କବାଦ ମୁକ୍ତି ଏବଂ ଏକତାସୁତ୍ରରେ ବାନ୍ଧିବାର ଗୁରୁମନ୍ତ୍ର ଦେଇଥିଲେ। ଏଥି ସହିିିତ ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପଙ୍କ ସହ ଦ୍ୱିପାକ୍ଷିକ ଅଲୋଚନା ଦୁଇ ଦେଶର ସମ୍ପର୍କକୁ ଅଧିକ ସୁଦୃଢ କରିଛି। ଏହି ଗସ୍ତ କାଳରେ ବିଲ୍‍-ମିଲିଣ୍ଡା ଗେଟ୍‍ ଫାଉଣ୍ଡେସନ ପକ୍ଷରୁ ‘ସ୍ୱଚ୍ଛ ଭାରତ ମଶନ’ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଗ୍ଲୋବାଲ ଗୋଲକିପର ସମ୍ମାନରେ ସମ୍ମାନୀତ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଏହି ୭ ଦିନିଆ ଆମେରିକା ଗସ୍ତ ଭାରତକୁ କୂଟନୈତିକ କ୍ଷେତ୍ରରେ ଏକ ବଡ ଉପଲବ୍ଧି ଆଣିଦେଇଛି।

Comments are closed.