www.samajalive.in
Wednesday, November 12, 2025
17.1 C
Bhubaneswar

ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି

କେନ୍ଦୁଝରଗଡ଼ : ୬ ଦଫା ଦାବି ପୁରଣ ନେଇ ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଗତ ୮ ତାରିଖରୁ ସମୂହଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନ ସୋମବାର ଚତୁର୍ଥ ଦିନରେ ପହଞ୍ଚିଛି । ସଦର ବ୍ଲକର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଆନ୍ଦୋଳନରେ ସାମିଲ ହୋଇ ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି । ୬ବର୍ଷ ଠିକା ଭାବେ କାର୍ଯ୍ୟ କରିଥିବା ଶିକ୍ଷକ ମାନଙ୍କ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରାଯିବା ସହିତ ୬ଟି ନୋସନାଲ ଇନକ୍ରିମେଣ୍ଟ ପ୍ରଦାନ, ୨୨୦୦ରୁ ୨୮୦୦କୁ ଗ୍ରେଡ ପେ’ ବୃଦ୍ଧି, ନୂତନ ପେନସନ ରଦ୍ଦ କରାଯାଇ ପୂର୍ବ ପେନସନ ବ୍ୟବସ୍ଥା ପୁନଃ ପ୍ରଚଳନ, କନିଷ୍ଠ ଶିକ୍ଷକ ମାନଙ୍କ ଚୁକ୍ତିଭିତ୍ତିକ ଉଛେଦ ସହ ସ୍ଥାୟୀ ଘୋଷଣା, ଏକ୍ସ କ୍ୟାଡର ଉଛେଦ କରାଯାଇ ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, କଳା ଶିକ୍ଷକ ମାନଙ୍କ ବିଭିନ୍ନ ସମସ୍ୟାର ସୁବିଚାର କରାଯିବା ନେଇ ୨୦୧୭ ମସିହାରୁ ବାରମ୍ବାର ଆନ୍ଦୋଳନ କରାଯାଇ ଆସୁଥିଲେ ହେଁ ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ କେବଳ ଆନ୍ଦୋଳନକୁ ଭଣ୍ଡୁର କରି ଆସିଥିବା ବେଳେ ଏଥର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି କାର୍ଯ୍ୟବନ୍ଦ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ ବୋଲି ସଦର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ହେମନ୍ତ କୁମାର ପାତ୍ର କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ରାଜ୍ୟ ଉପସଭାପତି ମନୋଜ କୁମାର ମହାନ୍ତ, ଜିଲା ସମ୍ପାଦକ ଉମାଶଙ୍କର ମିଶ୍ର, ଦିବାକର ସେଠୀ, ବସନ୍ତ କୁମାର ପରିଡା, ଅନୀଲ କୁମାର ନାଏକ, ଧର୍ମାନନ୍ଦ ସାହୁ, ସଞ୍ଜୀବ କୁମାର ଦାଶ, ସଞ୍ଜୀବ କୁମାର ସାହୁ, ପରମାନନ୍ଦ ମହାନ୍ତ, ମୋନାଲିସା ମହାନ୍ତି, ବିଜୟ ମିଶ୍ର, ଅଜିତ କୁମାର ସାହୁ, ଶ୍ରବଣ କୁମାର ବେହେରା, ମାନସୀ ସାହୁ, ପୁଷ୍ପାଞ୍ଜଳି ଦାଶ, ଭାନୁମତି ବେହେରା ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଆନ୍ଦୋଳନକୁ ଜୋରଦାର କରିଛନ୍ତି।

Hot this week

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଲେ ସୌମ୍ୟା ସ୍ୱାମୀନାଥନ

ଭୁବନେଶ୍ୱର :  ପ୍ରଖ୍ୟାତ ବୈଜ୍ଞାନିକ ତଥା ଏମ.ଏସ. ସ୍ୱାମୀନାଥନ ଫାଉଣ୍ଡସନର ଅଧ୍ୟକ୍ଷା...

ନଓ୍ବାଦାରେ ମତଦାନ ସମୟରେ ଦୁଇ ଦଳର ସମର୍ଥକ ମୁହାଁମୁହିଁ

ନଓ୍ବାଦା: ବିହାରରେ ମଙ୍ଗଳବାର ଭୋଟିଂ ସମୟରେ ନଓ୍ବାଦା ଜିଲାରେ ବାରିସଲିଗଞ୍ଜ ଅଞ୍ଚଳରେ...

ଏଭଳି ଟଙ୍କାବଣ୍ଟା ନିର୍ବାଚନ ଜୀବନରେ ଦେଖି ନ ଥିଲି: ଶ୍ରୀକାନ୍ତ

ଭୁବନେଶ୍ୱର: ନୂଆପଡା ଉପନିର୍ବାଚନ ପାଇଁ ଭୋଟରଙ୍କୁ ପ୍ରଭାବିତ କରିବା ଲାଗି ବିଜେପି...

ଖଟିଆରେ ଆସି ମତଦାନ କଲେ ୧୧୦ ବର୍ଷୀୟା କାଲିୟା ଦେବୀ

କୈମପୁର : କୈମପୁର ଜିଲାର ମୋହନିୟା ବିଧାନସଭା କ୍ଷେତ୍ରର ଅମରପୁରାରେ ଜଣେ...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ଅନୁସନ୍ଧାନ କରିବ ସିବିଆଇ

ଭୁବନେଶ୍ୱର: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତିର ତଦନ୍ତ କରିବ କେନ୍ଦ୍ରୀୟ ଅନୁସନ୍ଧାନ...

Related Articles

Popular Categories