www.samajalive.in
Tuesday, December 9, 2025
16.1 C
Bhubaneswar

ଦୁର୍ଗାପୂଜା ଉପଲକ୍ଷେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ପବିତ୍ର ଦୁର୍ଗାପୂଜା ଉପଲକ୍ଷେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଶୁଭେଚ୍ଛା ବାର୍ତ୍ତାରେ କହିଛନ୍ତି, ଦୁର୍ଗାପୂଜା ମହିଳାମାନଙ୍କ ପ୍ରତି ସମ୍ମାନ ପ୍ରଦର୍ଶନର ପ୍ରତୀକ ବହନ କରେ। ସେ କହିଛନ୍ତି, ମହିଳାମାନଙ୍କୁ ସମ୍ମାନ କରିବା ଭାରତୀୟ ସଂସ୍କୃତିର ଏକ ଅଭିନ୍ନ ଅଙ୍ଗ। ମାତୃଶକ୍ତି ଅର୍ଥାତ୍‍ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଏବଂ ସମ୍ମାନ ପ୍ରଦର୍ଶନ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ସେ ଦେଶର ପ୍ରତ୍ୟେକ ନାଗରିକଙ୍କୁ ନିବେଦନ କରିଛନ୍ତି। ଶ୍ରୀ କୋବିନ୍ଦ କହିଛନ୍ତି, ଅପରାଜେୟ ଦୁଷ୍ଟଶକ୍ତିକୁ ହରାଇବା ପାଇଁ ଦେବୀ ଦୁର୍ଗା ସାମୂହିକ ଶକ୍ତିର ବ୍ୟବହାର କରିଥିଲେ ବୋଲି ବିଶ୍ୱାସ ରହିଛି। ସେ କହିଛନ୍ତି, ଏଥିରୁ ଜଟିଳ ଓ ସଂକଟଜନକ ପରିସ୍ଥିତିରେ ଐକ୍ୟବଦ୍ଧ ହୋଇ ମୁକାବିଲା କରିବାକୁ ଆମକୁ ପ୍ରେରଣା ମିଳୁଛି।


ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଦୁର୍ଗାପୂଜା ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍‍ କରି ଶ୍ରୀ ନାଇଡୁ କହିଛନ୍ତି, ଦେବୀ ଦୁର୍ଗା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ସେ କାମନା କରିଛନ୍ତି। ଦୁର୍ଗାପୂଜା ମନ୍ଦ ଉପରେ ଭଲର ବିଜୟ ଉଦ୍ଦେଶ୍ୟରେ ପାଳନ କରାଯାଉଥିବାରୁ ସମାଜରୁ ସମସ୍ତ କୁସଂସ୍କାରକୁ ଦୂରକରିବା ପାଇଁ ସକଳ୍ପବଦ୍ଧ ହେବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି। ଉପରାଷ୍ଟ୍ରପତି କହିଛନ୍ତି ଐକ୍ୟବଦ୍ଧ ଭାବେ ଆମେ ଆମର ଚତୁଃପାର୍ଶ୍ବକୁ ସୁରକ୍ଷିତ, ସୁସ୍ଥ ଓ ସମୃଦ୍ଧ ତଥା ବଞ୍ଚିବା ଉପଯୋଗୀ କରିପାରିବା।

- Advertisement -

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମହାଷ୍ଟମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଟ୍ୱିଟ୍‍ କରି ଶ୍ରୀ ମୋଦୀ କହିଛନ୍ତି, ମା’ ଦୁର୍ଗା ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ଓ ସମସ୍ତଙ୍କ ପାଇଁ ଖୁସି, ଉତ୍ତମ ସ୍ୱାସ୍ଥ୍ୟ ଓ ସମୃଦ୍ଧି ଆଣିଦିଅନ୍ତୁ ବୋଲି ସେ ପ୍ରାର୍ଥନା କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories