ରାସ୍ତା ମଝିରେ ଅଟକିଲେ ରାଷ୍ଟ୍ରପତି

ପୁରୀ : ଲୋକଙ୍କ ପାଇଁ ରବିବାର ରାସ୍ତା ମଝିରେ ଗାଡ଼ିରୁ ଓହ୍ଲାଇଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଶରଧାବାଲିରେ ଛିଡ଼ା ହୋଇ ତାଙ୍କୁ ଦେଖିବା ପାଇଁ ଅପେକ୍ଷା କରିଥିବା ଲୋକଙ୍କୁ ଦୁଇହାତ ଯୋଡ଼ି ପ୍ରଣାମ କରିଥିଲେ।

prayash

ଚୈତନ୍ୟ ଗୌଡ଼ୀୟ ମଠ ପ୍ରତିଷ୍ଠାତା ଶ୍ରୀଲ ଭକ୍ତି ସିଦ୍ଧାନ୍ତ ପ୍ରଭୁପାଦଙ୍କ ୧୫୦ତମ ଆବିର୍ଭାବ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଫେରୁଥିବାବେଳେ ଏଭଳି ଦୃଶ୍ୟ ପୁରୀରେ ଦେଖିବାକୁ ମିଳିଛି।

ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ରାସ୍ତା ଦୁଇପାର୍ଶ୍ବରେ ଦିନ ୧୨ଟା ବେଳେ ଶହ ଶହ ଲୋକ ଅପେକ୍ଷା କରିଥିଲେ। ବିଶ୍ବ ବୈଷ୍ଣବ ସମ୍ମିଳନୀ ଉଦ୍‌ଘାଟନ କରି ରାଷ୍ଟ୍ରପତି ଶ୍ରୀ କୋବିନ୍ଦ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଫେରୁଥିବାବେଳେ ଲୋକମାନେ ତାଙ୍କୁ ହାତ ହଲାଇ ବିଦାୟ ଦେଇଥିଲେ। ଏହାଦେଖି ଶ୍ରୀ କୋବିନ୍ଦ ଭାବବିହ୍ବଳ ହୋଇ ପଡ଼ିଥିଲେ। ରାସ୍ତା ମଝିରେ ଗାଡ଼ି ରଖିବାକୁ ଚାଳକଙ୍କୁ ନିର୍ଦେଶ ଦେଇଥିଲେ। ଗାଡ଼ି ରହିବା ମାତ୍ରେ ଶ୍ରୀ କୋବିନ୍ଦ ତଳକୁ ଓହ୍ଲାଇଥିଲେ। ରାସ୍ତାରେ ମଝିରେ ଛିଡ଼ା ହୋଇ ଲୋକଙ୍କୁ ଦୁଇହାତ ଯୋଡ଼ି ପ୍ରଣାମ କରିବା ସହ ଅଭିବାଦନ ଜଣାଇଥିଲେ। ଏହାପରେ ଗାଡ଼ିରେ ବସି ଶ୍ରୀ କୋବିନ୍ଦ ପୁରୀ ରାଜଭବନ ଅଭିମୁଖେ ଯାଇଥିଲେ।

kalyan agarbati

Comments are closed.