www.samajalive.in
Sunday, December 7, 2025
16.1 C
Bhubaneswar

ହାତୀବେଶ ପାଇଁ ପଟ୍ଟି ପ୍ରସ୍ତୁତି ଚାଲିଛି

ପୁରୀ : ପବିତ୍ର ସ୍ନାନପୁର୍ଣ୍ଣିମାରେ ସୋମବାର ସ୍ନାନବେଦୀରେ ମହାପ୍ରଭୁଙ୍କୁ ହାତୀବେଶ କରାଯିବ। ଏହି ଦୁର୍ଲଭ ବେଶ ପାଇଁ ପଟ୍ଟି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସୋଲ ଶିଳ୍ପୀ ବସନ୍ତ କୁମାର ରଣାଙ୍କ ତତ୍ତ୍ବାବଧାନରେ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି । ବେଶ ତରାସ ନିର୍ମାଣରେ ଦରଜି ସେବକଙ୍କ ଦାୟିତ୍ୱ ରହିଥିବା ବେଳେ ରଙ୍ଗ ଦେବାରେ ଚିତ୍ରକାରମାନେ ସହଯୋଗ କରୁଛନ୍ତି। ରାଘବଦାସ ମଠ ପକ୍ଷରୁ ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କ ବେଶ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ଗୋପାଳତୀର୍ଥମଠ ପକ୍ଷରୁ ଶ୍ରୀବଳଭଦ୍ରଙ୍କ ବେଶ ସାମଗ୍ରୀ ଯୋଗା ଯାଇଥାଏ ।
ମହାପ୍ରଭୁଙ୍କ ମସ୍ତକ ପାଇଁ ତରାସ ଓ ଡାଳି ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ମୁଖାରବିନ୍ଦରେ ଲାଗିହେବ କିଆଫାଳି। ସେହିଭଳି ଶ୍ରୀଜୀଉଙ୍କ ପାଇଁ ଚନ୍ଦ୍ରସୂର୍ଯ୍ୟ, ଛାତି, କାନ, ଚିତା, ଯୋଡିହସ୍ତ, ଅଧର, ତୋରଣା ଓ ଗଳଖୁମ୍ବ ନିର୍ମାଣ କରାଯାଇଛି। ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି ତଡଗି, ନାକୁଆସୀ, ତରାସ, ଛତି, ଚୁଡ ଓ ଚିତା ଆଦି ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ପାରମ୍ପରିକ ଶୈଳୀରେ ବେଶ ସାମଗ୍ରୀ ପ୍ରସ୍ତୁତ କରାଯାଉଛି। ବେଶ ସାମଗ୍ରୀ ନିର୍ମାଣରେ ବାଉଁଶ, ବେତ, କନା, ସୋଲ, ଜରି, ଜମ୍ବୁରା, କଦଳୀ ପାଟୁକା, ଲେସ ଓ କଇଁଥ ଅଠା ବ୍ୟବହାର କରାଯାଉଛି। ସୋଲ ଓ ବାଉଁଶକୁ ସରୁ କଟାଯିବା ପରେ କନା, ଜରି, ଜମ୍ବୁରାରେ ଚତୁଦ୍ଧାମୂର୍ତ୍ତିଙ୍କ ପାଇଁ ହାତୀ ବେଶ ପଟ୍ଟି ପ୍ରସ୍ତୁତ କରାଯାଉଛି। ଅକ୍ଷୟତୃତୀୟାଠାରୁ ଏହିସବୁ ଉପକରଣ ପ୍ରସ୍ତୁତି ଅାରମ୍ଭ ହୋଇଛି। ସ୍ନାନପୂର୍ଣ୍ଣିମା ଦିନ ଏହା ସମ୍ପୂର୍ଣ୍ଣ ହେବ। ଏବେ ହାତୀବେଶ ସାମଗ୍ରୀ ନିର୍ମାଣ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚଛିି । ଏହି କାର୍ଯ୍ୟରେ ସତ୍ୟନାରାୟଣ ବେହେରା, ସନ୍ତୋଷ କୁମାର ମିଶ୍ର ଓ ବାପି ମାଝି ସହଯୋଗ କରୁଛନ୍ତି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories