www.samajalive.in
Monday, December 15, 2025
26.1 C
Bhubaneswar

ରଥଯାତ୍ରା ମାମଲା: ସିଜେଆଇଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ କରିବେ ଶୁଣାଣି

ପୁରୀ/ନୂଆଦିଲ୍ଲୀ: ପୁରୀ ରଥଯାତ୍ରା ନିଷ୍ପତ୍ତିର ପୁନର୍ବିଚାର ପାଇଁ ହୋଇଥିବା ରିଟ୍‌ ପିଟିଶନକୁ ଶୁଣାଣି ଲାଗି ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ। ସୋମବାର ରଥଯାତ୍ରା ମାମଲାର ଶୁଣାଣି ସମୟରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ଏହା ପରେ ଜଷ୍ଟିସ ଏସ. ରବୀନ୍ଦ୍ର ଭଟ୍ଟ ପୁନର୍ବିଚାର ମାମଲାକୁ ଗ୍ରହଣ କରିବା ସହିତ ଏହାର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ନିକଟକୁ ସ୍ଥାନାନ୍ତର କରିଛନ୍ତି। ଫଳରେ ପ୍ରଧାନ ବିଚାରପତି ଜଷ୍ଟିସ ଏସ.ଏ. ବୋବଡେଙ୍କ ଅଧ୍ୟକ୍ଷତାରେ ୩ ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିବେ। ସିଜେଆଇ ନାଗପୁରସ୍ଥିତ ତାଙ୍କ ଘରୁ ଭିଡିଓ କନଫରେନ୍ସିଂ ଜରିଆରେ ଶୁଣାଣି କରିବେ।

ସୂଚନା ଅନୁସାରେ, ସୋମବାର ଶୁଣାଣି ସମୟରେ ରାଜ୍ୟ ସରକାର ମାମଲାରେ ପକ୍ଷଭୁକ୍ତ ହେବା ସହିତ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ ରଥଯାତ୍ରା କରିବାକୁ ସତ୍ୟପାଠ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ରେସିଡେଣ୍ଟ କମିଶନର ସଞ୍ଜୀବ ମିଶ୍ର ଏହି ସତ୍ୟପାଠ ଦାଖଲ କରିଥିଲେ। ବିନା ଭକ୍ତରେ ରଥଯାତ୍ରା କରିବାକୁ ସତ୍ୟପାଠରେ ଦର୍ଶାଯାଇଥିଲା। ସେହିପରି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ବିନା ଭକ୍ତରେ ରଥଯାତ୍ରା କରିବାକୁ ଯୁକ୍ତି ବାଢ଼ିଥିଲେ। ବର୍ଷ ବର୍ଷ ଧରି ହୋଇଆସୁଥିବା ରଥଯାତ୍ରାକୁ ବନ୍ଦ ନ କରିବାକୁ ସଲିସିଟର ଜେନେରାଲ କହିଥିଲେ। ଏହା ପରେ ଜଷ୍ଟିସ ଭଟ୍ଟ ମାମଲାକୁ ୩ ଜଣିଆ ଖଣ୍ଡପୀଠକୁ ଶୁଣାଣି ପାଇଁ ସ୍ଥାନାନ୍ତର କରିଥିଲେ।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories