www.samajalive.in
Monday, December 15, 2025
26.1 C
Bhubaneswar

ଏଲଏସି ଯିବାକୁ ଚାହୁଁଛନ୍ତି କାରଗିଲ୍‌ ଯୁଦ୍ଧର ବୀର ସୈନିକ

ଲେହ: ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା(ଏଲଏସି)ରେ ଚୀନ ଦାଦାଗିରି କରୁଛି। ଜୋର ଜବରଦସ୍ତି ଭାରତୀୟ ସୀମାକୁ ଅକ୍ତିଆର କରିବାକୁ ଚେଷ୍ଟା କରିଆସୁଛି ଚୀନ। ଚୀନର ଏଭଳି ଷଡ଼ଯନ୍ତ୍ର କାରଗିଲ୍‌ ଯୁଦ୍ଧର ବୀରଙ୍କୁ ବ୍ୟଥିତ କରିଛି। ସେମାନେ ଏବେ ଚୀନ ସୈନ୍ୟଙ୍କ ମୁକାବିଲା ଲାଗି ଏଲଏସି ଯିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି। କାର୍ଗିଲ ଯୁଦ୍ଧରେ ଭାଗ ନେଇଥିବା ପୂର୍ବତନ ସୈନିକଙ୍କ ମଧ୍ୟରେ ଚୀନକୁ ନେଇ ଆକ୍ରୋଶ ଦେଖିବାକୁ ମିଳିଛି। ସରକାର ଥରେ ସେମାନଙ୍କୁ ଏଲଏସି ଯିବାକୁ ସୁଯୋଗ ଦିଅନ୍ତୁ ବୋଲି କହିଛନ୍ତି କାରଗିଲ ଯୁଦ୍ଧରେ ବରଫ ପାହାଡ଼ ଉପରେ ଚଢ଼ି ପାକିସ୍ତାନୀ ସୈନିକଙ୍କୁ ମୁହଁତୋଡ ଜବାବ ଦେଇଥିବା ଅନରାରୀ କ୍ୟାପ୍‌ଟେନ ତାଶୀ ଛେପାଲ। କାରଗିଲ ଯୁଦ୍ଧରେ ବୀରତ୍ଵ ପାଇଁ ତାଶୀଙ୍କୁ ବୀର ଚକ୍ର ସମ୍ମାନ ମିଳିଥିଲା।

ଲେହରେ ରହୁଥିବା ତାଶୀ କୁହନ୍ତି, ଭାରତୀୟ ସୈନିକ ଲଦାଖରେ ଶହୀଦ ହେବା ପରେ ତାଙ୍କ ଭଳି ଅନେକ ପୂର୍ବତନ ସୈନିକଙ୍କ ରକ୍ତ ଗରମ ହୋଇଯାଇଛି। ସେମାନେ ସରକାରଙ୍କୁ ନିଜର ସ୍ଵେଚ୍ଛାକୃତ ସେବା ପ୍ରଦାନ କରିବା ଲାଗି ପ୍ରସ୍ତୁତ ରହିଛନ୍ତି। ସାମ୍ନାରେ ରହି ଗୁଳି ଚଳାଇବା ହେଉ କି ଗ୍ରେନେଡ ଫିଙ୍ଗିବା ଅଥବା ପୋର୍ଟର କାମ କରିବା, ସେମାନେ ଭାରତୀୟ ସେନା ପାଇଁ କିଛି ବି କରିବାକୁ ପ୍ରସ୍ତୁତ ଥିବା ତାଶୀ କହିଛନ୍ତି।

- Advertisement -

ଅନ୍ୟ ଜଣେ ବୟସ୍କ ପୂର୍ବତନ ସୈନିକ ରିଗ୍‌ଜିନ କହିଛନ୍ତି, କାରଗିଲ ଯୁଦ୍ଧ ସମୟରେ ସେ ପୋର୍ଟର କାମ କରିଥିଲେ। ୨୦ କିଲୋ ଓଜନର ଗୋଳାବାରୁଦ ଧରି ପାହାଡ଼ ପରେ ପାହାଡ଼ ଚଢ଼ିଥିଲେ। ସେ ଲଦାଖର ବାସିନ୍ଦା ହୋଇଥିବାରୁ ତାଙ୍କ ପାଖରେ ଆଜିବି ସେହି ଆବେଗ ଏବଂ ଉତ୍ସାହ ରହିଛି। ସେମାନେ ଚୀନର ସାମ୍ନା କରିବା ଲାଗି ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି ବୋଲି ତାଶୀ କହିଛନ୍ତି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories