www.samajalive.in
Saturday, December 6, 2025
23.1 C
Bhubaneswar

ତିନି ଠାକୁରଙ୍କ ତିନି ରଥ ଓ ଏହାର ବିଶେଷତ୍ବ

ପ୍ରଭୁ ଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ମାଆ ସୁଭଦ୍ରାଙ୍କ ତିନି ଗୋଟି ରଥ ପ୍ରତ୍ୟେକବର୍ଷ ନିର୍ମାଣ କରାଯାଇଥାଏ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଶିଳ୍ପ ଶାସ୍ତ୍ରୀୟ ପଦ୍ଧତିରେ ଏହାକୁ ନିର୍ମାଣ କରାଯାଇଥାଏ। ପ୍ରତ୍ୟେକ ରଥରେ ୯ ଜଣ ଲେଖାଏଁ ପାର୍ଶ୍ବ ଦେବତାଙ୍କୁ ଅଧିଷ୍ଠିତ କରାଯାଇଥାଏ। ହେଲେ ପ୍ରତିବର୍ଷ ଏହି ପାର୍ଶ୍ୱ ଦେବତାଙ୍କ ମୂର୍ତ୍ତି ନିର୍ମାଣ ହୋଇନଥାଏ। କେବଳ ନବକଳେବର ବର୍ଷମାନଙ୍କରେ ରୂପକାର ସେବକମାନେ ନିମ୍ବ କାଠରେ ମୋଟ ୨୭ ଗୋଟି ପାର୍ଶ୍ୱ ଦେବଦେବୀଙ୍କର ବିଗ୍ରହ ନିର୍ମାଣ କରିଥାଆନ୍ତି। ପ୍ରତିବର୍ଷ ରଥଯାତ୍ରାର ଅଳ୍ପ ଦିନ ପୂର୍ବରୁ ଚିତ୍ରକାର ସେବକମାନେ ଏହି ମୂର୍ତ୍ତିଗୁଡିକୁ ରଙ୍ଗ କରିଥାଆନ୍ତି। ଆବଶ୍ୟକ ପଡିଲେ ଏହାର ମରାମତି କାର୍ୟ୍ୟ ହୋଇଥାଏ। ରଥଯାତ୍ରାର ଦୁଇ ଦିନ ପୂର୍ବରୁ ପ୍ରତି ରଥରେ ୯ ମୂର୍ତ୍ତି ଲେଖାଏଁ ପାର୍ଶ୍ୱଦେବତାଙ୍କୁ ଅଧିଷ୍ଠିତ କରାଯାଏ। ତେବେ ଆସନ୍ତୁ ଜାଣିବା ତିନି ଠାକୁରଙ୍କ ରଥ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ –

ନନ୍ଦିଘୋଷ :
’ନନ୍ଦିଘୋଷ’ ବା ’ଗରୁଡ଼ଧ୍ୱଜ’ ବା ’କପିଳଧ୍ୱଜ’ ରଥରେ ଜଗନ୍ନାଥଙ୍କ ସହ ମଦନମୋହନ ବିଜେ କରନ୍ତି।
-ମୋଟ ୭୪୨ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ ୬ ଇଞ୍ଚ।
-ଏହି ରଥରେ ୧୬ଟି ଚକ ସଂଯୁକ୍ତ ହୋଇଥାଏ। ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ।
-ଦଧିନଉତି : ହିରଣ୍ୟଗର୍ଭ
-ସାରଥି: ମାତଳୀ।
-ରଥର ଦଉଡ଼ି: ଶଙ୍ଖଚୂଡ଼।
-ପରମ୍ପରା ଅନୁସାରେ ଧଳାରଙ୍ଗର ଚାରୋଟି ଘୋଡ଼ା ସ୍ଥାପନ କରାଯାଏ।
-ଏହାର ପତାକା ଗରୁଡ଼ ଚିହ୍ନାଙ୍କିତ।
-ଧ୍ୱଜପମୂର୍ତ୍ତି: ପଞ୍ଚମୁଖୀ ହନୁମାନ।
-ନାଲି ଓ ହଳଦିଆ ରଙ୍ଗର କପଡ଼ାରେ ରଥାବରଣ କରାଯାଏ।
-ନନ୍ଦିଘୋଷରେ ହରିହର, ପଣ୍ଡୁ ନୃସିଂହ, ଗିରିଧର, ଷଡ଼ଭୁଜ ଚିନ୍ତାମଣି କୃଷ୍ଣ, ଚତୁର୍ଭୁଜ ନାରାୟଣ, ସପ୍ତଫେଣ ସର୍ପରେ ଆସୀନ ମଧୁସୂଦନ ବା ବିଷ୍ଣୁ, ଲକ୍ଷ୍ମଣ, ପଞ୍ଚମୁଖୀ ମହାବୀର ପାର୍ଶ୍ୱ ଦେବାଦେବୀ ଭାବେ ଅବସ୍ଥାନ କରିଥା’ନ୍ତି।

- Advertisement -

ତାଳଧ୍ୱଜ :
’ତାଳଧ୍ୱଜ’ ବା ’ଲଙ୍ଗଳ ଧ୍ୱଜ’ ରଥରେ ବଳଭଦ୍ରଙ୍କ ସହ ରାମକୃଷ୍ଣ ବିଜେ କରନ୍ତି।
-ମୋଟ ୭୩୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୫ଫୁଟ।
-ଏହି ରଥରେ ୧୪ଟି ଚକ ସଂଯୁକ୍ତ ହୋଇଥାଏ। ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୬ ଇଞ୍ଚ।
-ଦଧିନଉତି: ହିରଣ୍ମୟୀ।
-ସାରଥି: ଦାରୁକ।
-ରଥର ଦଉଡ଼ି: ବାସୁକୀ।
-ପରମ୍ପରା ମୁତାବକ କଳା ରଙ୍ଗର ଚାରୋଟି ଘୋଡ଼ା ସ୍ଥାପନ କରାଯାଏ।
-ଧ୍ୱଜପମୂର୍ତ୍ତି: ଲକ୍ଷ୍ମୀନୃସିଂହ।
-ନାଲି ଓ ସବୁଜ ରଙ୍ଗର କପଡ଼ାରେ ରଥାବରଣ କରାଯାଏ।
-ତାଳଧ୍ୱଜ ରଥରେ ମହାଦେବ, ବାଇଶିଭୁଜ ନୃସିଂହ, ବଳରାମ, ନୃତ୍ୟ ଗଣପତି, ଲକ୍ଷ୍ମଣଙ୍କୁ ବହନ କରିଥିବା ଅଙ୍ଗଦ, ନାଟାମ୍ବର, କାର୍ତ୍ତିକେଶ୍ୱର, ମଧୁକୈଟବଙ୍କ ସହ ବିଷ୍ଣୁଙ୍କ ଯୁଦ୍ଧ, ଅନନ୍ତବାସୁଦେବ ପାର୍ଶ୍ୱ ଦେବତା ଭାବେ ଅବସ୍ଥାନ କରିଥାଆନ୍ତି।

ଦର୍ପଦଳନ :
’ଦର୍ପଦଳନ’ ବା ’ପଦ୍ମଧ୍ୱଜ’ ବା ’ଦେବଦଳନ’ ରଥରେ ସୁଭଦ୍ରାଙ୍କ ସହ ଶ୍ରୀସୁଦର୍ଶନ ବିଜେ କରନ୍ତି।
-ମୋଟ ୭୧୧ଖଣ୍ଡ କାଠରେ ତିଆରି ଏହି ରଥର ଉଚ୍ଚତା ୪୪ଫୁଟ ୬ ଇଞ୍ଚ।
-ଏହି ରଥରେ ୧୨ଟି ଚକ ସଂଯୁକ୍ତ ହୋଇଥାଏ। ପ୍ରତ୍ୟେକ ଚକର ଉଚ୍ଚତା ୬ ଫୁଟ ୮ ଇଞ୍ଚ।
-ଦଧିନଉତି: ଭୁବନକୋଷ।
-ସାରଥି: ଅର୍ଜୁନ।
-ରଥର ଦଉଡ଼ି: ସ୍ୱର୍ଣ୍ଣଚୂଡ଼।
-ଧ୍ୱଜପମୂର୍ତ୍ତି: ଜୟଦୁର୍ଗା।
-ପରମ୍ପରା ଅନୁସାରେ ନାଲି ରଙ୍ଗର ଚାରୋଟି ଘୋଡ଼ା ସ୍ଥାପନ କରାଯାଏ।
-ନାଲି ଓ କଳା ରଙ୍ଗର କପଡ଼ାରେ ରଥାବରଣ କରାଯାଏ।
-ଦର୍ପଦଳନରେ ବିମଳା, ମଙ୍ଗଳା, ବାରାହୀ, ଭଦ୍ରକାଳୀ, ବନଦୁର୍ଗା ବା କଣ୍ଟକାଢ଼ି, କାତ୍ୟାୟନୀ, ହରଚଣ୍ଡୀ, ରାମଚଣ୍ଡୀ, ଅଘୋରା ପାର୍ଶ୍ୱଦେବାଦେବୀ ଭାବେ ଅବସ୍ଥାନ କରିଥାଆନ୍ତି।

ଆଲେଖ୍ୟ- ପ୍ରତିଜ୍ଞା ମିଶ୍ର

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories