www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶା ଏମ୍ଏସ୍ଏମଇ ମିଟ୍ ୨୦୧୯; ବ୍ୟବସାୟୀଙ୍କ ପ୍ରତି ବ୍ୟାଙ୍କ ସଦୟ ହେବା ଦରକାର: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ୱର : ରୋଜଗାର ଓ ନିଯୁକ୍ତି ସୃଷ୍ଟି କରିବାରେ ସରକାରଙ୍କ ଉଦ୍ୟମକୁ ବ୍ୟବସାୟ ଜଗତ ହାଲୁକା କରିଥାଏ। ସେମାନେ ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଲୋକଙ୍କୁ ଜୀବିକା ପ୍ରଦାନ କରୁଛନ୍ତି। ସବୁ ବ୍ୟବସାୟୀ ନିରବ ମୋଦୀ କିମ୍ବା ବିଜୟ ମାଲ୍ୟା ନୁହନ୍ତି। ସମସ୍ତେ ବ୍ୟାଙ୍କ ଟଙ୍କା ଠକି ବିଦେଶ ପଳାଇବେ ନାହିଁ। କିଛି ବ୍ୟବସାୟୀଙ୍କୁ ଋଣ ପରିଶୋଧ କରିବା ଲାଗି ସମୟର ଆବଶ୍ୟକତା ରହିଛି।
ଯେଉଁମାନେ ନିଜ ଋଣର ବଡ଼ ଭାଗ ପରିଶୋଧ କରିସାରିଛନ୍ତି, ସେମାନଙ୍କ ପ୍ରତି ବ୍ୟାଙ୍କଗୁଡ଼ିକୁ ସଦୟ ମନୋଭାବ ପୋଷଣ କରିବାକୁ ହେବ। ବଳକା ଋଣ ପରିଶୋଧ ନିମନ୍ତେ ଆବଶ୍ୟକ ସମୟ ପ୍ରଦାନ କରିବା ଲାଗି ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥା (ଏମ୍ଏସ୍ଏମ୍ଇ) ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବ୍ୟାଙ୍କଗୁଡ଼ିକୁ କହିଛନ୍ତି।
ସ୍ଥାନୀୟ ଇଡକଲ୍ ଅଡିଟୋରିୟମଠାରେ ଓଡ଼ିଶା ଆସୋସିଏସନ୍ ଅଫ୍ ଏସ୍ଏମ୍ଇ (ଓସ୍ମି) ପକ୍ଷରୁ ଆୟୋଜନ କରାଯାଇଥିବା ଓଡ଼ିଶା ଏମ୍ଏସ୍ଏମ୍ଇ ମିଟ୍ ୨୦୧୯ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ କହିଲେ, ଶିଳ୍ପ ଜଗତରେ ମଣିଷ ଓ ପରିବେଶ ବଞ୍ଚି ରହିବା ନିହାତି ଜରୁରୀ।
ଆମ ଗ୍ରହକୁ ପରିବେଶ ବିପଦ ଏବଂ ଜୈବ ଅସମାନତାଠାରୁ ବଞ୍ଚାଇବାର ସମୟ ଆସିଥିବା ସେ କହିଛନ୍ତି। ଏଥିରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଶ୍ରୀ ଷଡ଼ଙ୍ଗୀ କହିଲେ, ଦେଶର ବିନିର୍ମାଣ କ୍ଷେତ୍ର ପ୍ରତି ଏମ୍ଏସ୍ଏମ୍ଇ କ୍ଷେତ୍ରର ଯୋଗଦାନ ୪୫% ରହିଥିବାବେଳେ ରପ୍ତାନିକୁ ୨୦% ଏବଂ ଦେଶର ଜିଡିପିକୁ ୨୮% ରହିଛି। ନିଯୁକ୍ତି ସୃଷ୍ଟି କରିବାରେ କୃଷି କ୍ଷେତ୍ର ପଛକୁ ଏହା ହେଉଛି ଦେଶର ଦ୍ୱିତୀୟ ବଡ଼ କ୍ଷେତ୍ର। ଯଦି ଏମ୍ଏସଏମଇ କ୍ଷେତ୍ର ରୁଗ୍‌ଣ ହୋଇଯିବ ତେବେ ଦେଶର ଅର୍ଥନୀତି ପ୍ରଭାବିତ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଓସ୍ମିକୁ ଆହ୍ୱାନ ଦେଇ ଗ୍ରାମାଞ୍ଚଳ ଓ ରାଜ୍ୟର କୋଣ ଅନୁକୋଣରେ କାର୍ଯ୍ୟକ୍ରମ ଆୟୋଜନ କରି ଯୁବକଯୁବତୀଙ୍କ ଉଦ୍ୟୋଗୀ ହେବା ସ୍ୱପ୍ନକୁ ପୂରଣ କରିବା ଲାଗି ଉଦ୍ୟମ କରିବାକୁ ଆହ୍ୱାନ ଦେଇଛନ୍ତି।
ଏହି ଅବସରରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ରାଜ୍ୟ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଏସ୍ଏମ୍ଇ ଶିଳ୍ପର ବିକାଶ ଲାଗି ଖୁବ୍ଶୀଘ୍ର ପଶ୍ଚିିମ ଓଡ଼ିଶାର କେସିମାଠାରେ ଏକ ସ୍ୱତବ ଏସଏମଇ କ୍ଲଷ୍ଟର ସ୍ଥାପନ କରାଯିବ। ରାଜ୍ୟରେ ଏଭଳି ଦୁଇଟି କ୍ଲଷ୍ଟର୍ସ୍ଥା ପନ କରିବାକୁ ଯୋଜନା ରହିଛି। ଖୁବ୍‌ ଶୀଘ୍ର ତାହା କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ଫଣି ଦ୍ୱାରା ପ୍ରଭାବିତ ଶିଳ୍ପ ସଂସ୍ଥାଗୁଡ଼ିକ ନିମନ୍ତେ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିବାକୁ କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଏବଂ ସଚିବଙ୍କୁ ଅନୁରାଧ କରିଛନ୍ତି।କାର୍ଯ୍ୟକ୍ରମରେ ଓସ୍ମିର ଅଧ୍ୟକ୍ଷ ଗୌରୀଶଙ୍କର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓସ୍ମିର ସାଧାରଣ ସମ୍ପାଦକ ସାତ୍ୱିକ ସ୍ୱାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିକଟରେ ଏସଏମଇ ଶିଳ୍ପର ଦାବି ସହ ସ୍ୱତବ ଜେଇଏମ୍ ପୋର୍ଟାଲ୍ ବିକଶିତ କରିବାକୁ ଦାବି ଉପସ୍ଥାପନ କରିଥିଲେ। ଏସଏଚଜିଗୁଡ଼ିକର ଉତ୍ପାଦକୁ ସିଧାସଳଖ ସେମାନଙ୍କଠାରୁ କିଣିବାକୁ ବ୍ୟବସ୍ଥା କରିବା ଲାଗି ସେ ରାଜ୍ୟ ସରକାରଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଅନ୍ୟତମ ଅତିଥି ଭାବେ କେନ୍ଦ୍ର ସରକାରଙ୍କ ଏମଏସଏମଇ ବିଭାଗର ସଚିବ ଅରୁଣ ପଣ୍ଡା ଓ ନାଲକୋ ସିଏମଡି ଡ. ତପନ କୁମାର ଚାନ୍ଦ, ରାଜ୍ୟର ଏମଏସଏମଇ ସଂସ୍ଥା, ଷ୍ଟାର୍ଟ ଅପ୍ ସଂସ୍ଥା, ଇନୋଭେଟର, ଷ୍ଟାଣ୍ଡ ଅପ୍ ସଂସ୍ଥା, ଫୁଡ୍ ପ୍ରୋସେସିଂ ୟୁନିଟ୍ ଏବଂ ରପ୍ତାନିକାରୀମାନେ ଉପସ୍ଥିତ ଥିଲେ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories