ସଡକ ଦୁର୍ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର
ଭୁବନେଶ୍ବର : ସଡକ ଦୁର୍ଘଟଣାରେ ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ଗୁରୁତର ହୋଇଛନ୍ତି । ଭୁବନେଶ୍ବରରୁ ବରଗଡ ଫେରିବାବେଳେ ସମ୍ବଲପୁର ରେଢାଖୋଲ ବିଲଡିହି ନିକଟରେ ଏକ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ସହ ପ୍ରସନ୍ନଙ୍କ କାର୍ ମୁହାଁମୁହିଁ ଧକ୍କା ହୋଇଥିଲା । ପ୍ରସନ୍ନଙ୍କ ସହ ତାଙ୍କ ପିଏସଓ ମଧ୍ୟ ଗୁରୁତର ହୋଇଥିବାବେଳେ ଡ୍ରାଇଭର ସାମାନ୍ୟ ଆହତ ଥିବା ସୂଚନା ମିଳିଛି । ଏକ ଘରୋଇ ହସ୍ପିଟାଲରେ ପ୍ରସନ୍ନ ଏବଂ ତାଙ୍କ ପିଏସଓଙ୍କ ଚିକିତ୍ସା ଚାଲିଛି । ଅନ୍ୟପଟେ ଟ୍ୟାଙ୍କର ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି ପୁଲିସ । ତେବେ ପ୍ରସନ୍ନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
Comments are closed.