ନୂଆଦିଲ୍ଲୀ: ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ତଥା ପୂର୍ବତନ ଭାରତୀୟ ବ୍ୟାଡ଼ମିଣ୍ଟନ କ୍ରୀଡ଼ାବିତ୍ ପ୍ରକାଶ ପାଦୁକୋନ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୬୫ ବର୍ଷିୟ ପ୍ରକାଶ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା ଜଣାପଡ଼ିଛି। ସେ ଏବେ ବିପଦମୁକ୍ତ ଅଛନ୍ତି ଏବଂ ୨-୩ ଦିନରେ ଡିସ୍ଚାର୍ଜ ମଧ୍ୟ ହୋଇପାରନ୍ତି ବୋଲି ସୂଚନା ମିଳିଛି।
Popular Categories



