www.samajalive.in
Sunday, December 14, 2025
19.1 C
Bhubaneswar

ସାମ୍ବାଦିକଙ୍କ ଉପରେ ଆକ୍ରମଣ ସୁସ୍ଥ ଗଣତନ୍ତ୍ରର ବିରୁଦ୍ଧାଚରଣ କରୁଛି – ଜାଭଡେକର

ସମାଜ ପୋର୍ଟାଲ ଡେସ୍କ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ସାମ୍ବାଦିକମାନଙ୍କ ଉପରେ ଆକ୍ରମଣର ତୀବ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି ଏଭଳି କାର୍ଯ୍ୟ ଏକ ସୁସ୍ଥ ଗଣତନ୍ତ୍ରର ବିରୁଦ୍ଧାଚରଣ କରୁଛି। ଏକ ବେସରକାରୀ ସମ୍ବାଦ ସଂସ୍ଥା ରିପବ୍ଲିକ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆକ୍ରମଣ ହୋଇଥିବା ଘଟଣା ଉପରେ ସେ କହିଛନ୍ତି ଏ କ୍ଷେତ୍ରରେ ତଦନ୍ତ ଆରମ୍ଭ କରାଯାଇଛି ଓ ଆଇନ୍‍ ଅନୁସାରେ ପଦକ୍ଷେପ ନିଆଯିବ। ମୁମ୍ବାଇରେ ଅର୍ଣ୍ଣବଙ୍କ ଉପରେ ଗତକାଲି ଆକ୍ରମଣ ହୋଇଥିଲା। ଅର୍ଣ୍ଣବଙ୍କ ପତ୍ନୀଙ୍କ ଉପରେ ମଧ୍ୟ ଆକ୍ରମଣ ହୋଇଥିବା ଜଣାପଡିଛି।

ଏଭଳି ଆକ୍ରମଣକୁ ଗଣତନ୍ତ୍ର ବିରୋଧୀ ବର୍ଣ୍ଣନା କରି ଜାଭଡେକର କହିଛନ୍ତି ଯେ କେନ୍ଦ୍ର ସରକାର ସାମ୍ବାଦିକଙ୍କ ଉପରେ ସବୁ ପ୍ରକାର ଆକ୍ରମଣକୁ ନିନ୍ଦା କରନ୍ତି କାରଣ ତାହା ଏକ ସୁସ୍ଥ ଗଣତନ୍ତ୍ରର ବିରୋଧୀ ଅଟେ। ଏହି ଘଟଣାରେ ଇତିମଧ୍ୟରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories