www.samajalive.in
Sunday, December 14, 2025
15.1 C
Bhubaneswar

ଭାରତର ଅବସ୍ଥା ବିଗିଡି ନାହିଁ : ଆଇସିଏମଆର

ନୂଆଦିଲ୍ଲୀ : ସମଗ୍ର ଦେଶରେ କରୋନା ଭୂତାଣୁ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୪୦୯ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାଦ୍ୱାରା ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧ହଜାର ୯୯୩କୁ ବୃଦ୍ଧି ପାଇଛି। ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ(ଆଇସିଏମ୍ଆର) କହିଛି ଯେ, ଗତ ୩୦ ଦିନ ମଧ୍ୟରେ ଭାରତରେ କରୋନା ପରୀକ୍ଷା ୩୩ ଗୁଣ ବୃଦ୍ଧି ପାଇଛି ଏବଂ ଦେଶରେ ପରିସ୍ଥିତି ଅଧିକ ଖରାପ ହୋଇନାହିଁ।
ଗୁରୁବାର ଆଇସିଏମଆର ନିର୍ଦ୍ଦେଶକ ଡକ୍ଟର ସି.କେ ମିଶ୍ର କହିଛନ୍ତି ଯେ, ଏକ ମାସ ହେବ ସାରା ଦେଶ ତାଲାବନ୍ଦ ଅବସ୍ଥାରେ ରହିଛି। କରୋନା ବିରୋଦ୍ଧରେ ଆମେ ପରୀକ୍ଷଣକୁ ଅସ୍ତ୍ର ଭାବରେ ବ୍ୟବହାର କରିଛୁ। ପରୀକ୍ଷା କ୍ଷମତା ବୃଦ୍ଧି ପାଇଁ ମଧ୍ୟ ଉଦ୍ୟମ କରାଯାଉଛି। ଏପର୍ୟ୍ୟନ୍ତ କୋଭିଡ -୧୯ର ପାଞ୍ଚ ଲକ୍ଷରୁ ଅଧିକ ପରୀକ୍ଷା କରାଯାଇଛି।
ମିଶ୍ର କହିଛନ୍ତି ଯେ, ଲକଡାଉନ୍ ସମୟରେ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ଆମେ ନିରନ୍ତର ଚେଷ୍ଟା କରୁଛୁ। ଆମେ ଜାଣୁ ଯାହା କରାଯାଉଛି ତାହା ଯଥେଷ୍ଟ ନୁହେଁ। ତଥାପି ୩୦ ଦିନ ମଧ୍ୟରେ ପରୀକ୍ଷଣର ଗତିକୁ ୩୩ ଗୁଣ ବୃଦ୍ଧି କରାଯାଇଛି। ବର୍ତ୍ତମାନ ଭାରତରେ ପରିସ୍ଥିତି ଅଧିକ ଖରାପ ହୋଇନାହିଁ।
ଆମର ପରୀକ୍ଷା ରଣନୀତି ସଠିକ୍ ଭାବରେ କାମ କରୁଛି। ଆମେ ପ୍ରତିଦିନ ଶିଖୁଛୁ ଏବଂ ସେହି ଅନୁଯାୟୀ ଆମର ରଣନୀତି ପରିବର୍ତ୍ତନ କରୁଛୁ। ଲୋକଙ୍କୁ କିଭଳି ଡ଼ାକ୍ତରଖାନା ଆସିବାକୁ ପଡ଼ିବ ନାହିଁ ତାହା ଆମର ପ୍ରଥମ ଲକ୍ଷ୍ୟ ରହିଛି ବୋଲି ଆଇସିଏମଆର ନିର୍ଦ୍ଦେଶକ ଡକ୍ଟର ସି.କେ ମିଶ୍ର କହିଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories