www.samajalive.in
Sunday, December 14, 2025
23.1 C
Bhubaneswar

ଫେରିବେ ଅନ୍ୟରାଜ୍ୟରେ ଅଟକିଥିବା ଓଡ଼ିଆ; ମନ୍ତ୍ରୀସ୍ତରୀୟ ବୈଠକରେ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟ ବାହାରେ ଅଟକିଥିବା ପ୍ରବାସୀ ଶ୍ରମିକଙ୍କୁ ଲକଡାଉନ୍‌ ପରେ କିଭଳି ଓଡ଼ିଶା ଫେରାଇ ଅଣାଯିବ ସେନେଇ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଯୋଜନା । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡ଼ିଓ କନ୍ଫରେନ୍ସିଂ ବୈଠକରେ ଏ ନେଇ ବିସ୍ତୃତ ଆଲୋଚନା ହୋଇଛି । ଅନ୍ୟ ରାଜ୍ୟରେ ଲକ୍ଡ଼ାଉନ ଯୋଗୁଁ ଅଟକି ରହିଥିବା ଓଡିଆ ଶ୍ରମିକଙ୍କର ସେଠାରେ ହିଁ କେ।ଭିଡ୍-୧୯ ପରୀକ୍ଷା କରିବାକୁ ପ୍ରସ୍ତାବ ଦିଆଯାଇଛି। ଯେଉଁମାନେ ନିଜ ଗାଁକୁ ଫେରିବେ ସେମାନଙ୍କୁ ପ୍ରଥମେ ସଙ୍ଗରୋଧରେ ରଖାଯିବ । ଏଥିପାଇଁ  ପଞ୍ଚାୟତ ସ୍ତରରେ ସରପଞ୍ଚଙ୍କ ଅଧ୍ୟକ୍ଷତାରେ ୫ ଜଣିଆ କମିଟି ହେବ । କମିଟିରେ ପଞ୍ଚାୟତ ସମ୍ପାଦକ, ଶିକ୍ଷକ ଓ ଜିଆର୍‌ଏସ୍‌ ରହିବେ । ସଂଗରୋଧ କେନ୍ଦ୍ରର ଦାୟିତ୍ବ ଏହି କମିଟି ଉପରେ ନ୍ୟସ୍ତ କରାଯାଇଛି। ଏହାବ୍ୟତୀତ ରାଜ୍ୟର ୪ଟି ମେଡିକାଲ କଲେଜ- ବାଲେଶ୍ବର, ବାରିପଦା, କୋରାପୁଟ ଓ ବଲାଙ୍ଗିର ରେ କରୋନା  ପରୀକ୍ଷା ପାଇଁ ବ୍ୟବସ୍ଥାରେ କରାଯାଉଛି । ଏଠାରେ କରୋନା ପରୀକ୍ଷା କରାଯିବ   । ଏପ୍ରିଲ ଶେଷ ସୁଦ୍ଧା ଦିନକୁ ୩ ହଜାର ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି ।
ସେହିଭଳି ଆସନ୍ତାକାଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ଆଲେ।ଚନା କରିବେ । ରାଜ୍ୟକୁ ଅଧିକ ସହାୟତା ପାଇଁ ଦାବି କରାଯିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ବୈଠକରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାରାଣ୍ଡି, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ ପ୍ରମୁଖ ଭାଗ ନେଇଥିବା ସୂଚନା ମିଳିଛି ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories