BJD Bijuli 480×75 Mob

ମହିଳା କନେଷ୍ଟବଳଙ୍କ ମାନବିକତାକୁ ପ୍ରଶଂସା

BJD Bijuli 480×75 Mob

ସମ୍ବଲପୁର: ସମ୍ବଲପୁର ରେଳଷ୍ଟେସନ ଠାରେ ଟ୍ରେନ ନଂ ୦୮୩୦୨ ରାୟଗଡା – ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ପହଂଚିବା ପରେ ସମ୍ବଲପୁର ଷ୍ଟେସନରେ ଜଣେ ଦିବ୍ୟାଙ୍ଗ ବ୍ୟକ୍ତି ଟ୍ରେନରୁ ଓହ୍ଲାଇ ଥିଲେ। ରାତ୍ର ପ୍ରାୟ ୭ଟା ୪୫ ମିନିଟରେ ପ୍ଲାଟ ଫର୍ମ ନଂ ୧ରେ ଓହ୍ଲାଇବା ପରେ ଉକ୍ତ ବ୍ୟକ୍ତି ଜଣକ ଦୃଷ୍ଟିହୀନ ହୋଇଥିବାରୁ ଷ୍ଟେସନ ବାହାରକୁ ଯିବା ପାଇଁ ସହାୟତା ଖୋଜୁଥିବା ବେଳେ କାର୍ଯ୍ୟରତ ଆରପିଏଫ ମହିଳା କନେଷ୍ଟବଳ ଶଶି କଶ୍ୟପଙ୍କ ନଜରକୁ ଆସିଥିଲେ।

ଏଣୁ ତୁରନ୍ତ ମହିଳା କନେଷ୍ଟବଳ ତୁରନ୍ତ ତାଙ୍କ ନିକଟକୁ ଯାଇ ସମସ୍ୟା ସର୍ମ୍ପକରେ ଅବଗତ ହେବା ପରେ ବ୍ୟକ୍ତିଙ୍କୁ ଷ୍ଟେସନ ବାହାରକୁ ବାଟ କଢ଼ାଇ ନେଇଥିଲେ ଏବଂ ଦିବ୍ୟାଙ୍ଗଙ୍କୁ ତାଙ୍କର ଗନ୍ତବ୍ୟସ୍ଥଳକୁ ପଠାଇବାରେ ବେଶ ସାହାଯ୍ୟ କରିଥିଲେ। ମହିଳା କନେଷ୍ଟବଳ କଶ୍ୟପଙ୍କ ଏହି ମାନବିୟ କାର୍ଯ୍ୟକୁ ଦେଖି କେହି ଫଟୋ ଉଠାଇ ସୋସିଆଲ ମିଡିଆରେ ଭାଇରାଲ କରି ଦେଇଥିବାରୁ ସବୁ ମହଲରୁ ପୁଲିସର ଏହି ମାନବୀୟ ଚେହେରାକୁ ଉଚ୍ଚ ପ୍ରଶଂସା କରାଯାଉଛି।

Comments are closed.