www.samajalive.in
Monday, December 15, 2025
24.1 C
Bhubaneswar

ସରପଞ୍ଚଙ୍କୁ ବୀମାଭୁକ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀ ଦଳ ନେତାଙ୍କ ପ୍ରଶଂସା

ଭୁବନେଶ୍ୱର : ମହାମାରୀ କରୋନା ଯୁଦ୍ଧରେ ସାମିଲ ଥିବା ରାଜ୍ୟର କାର୍ଯ୍ୟରତ ସମସ୍ତ ସରପଞ୍ଚଙ୍କୁ ବୀମାଭୁକ୍ତ କରିବା ପାଇଁ ସରକାର ଯେଉଁ ପଦକ୍ଷେପ ନେଇଛନ୍ତି ତାହା ଅତ୍ୟନ୍ତ ସ୍ବାଗତଯୋଗ୍ୟ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଶଂସା କରିଛନ୍ତି। ଶ୍ରୀ ନାୟକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦର୍ଶାଇଛନ୍ତି ଯେ କୋଭିଡ୍-୧୯ ରୋଗ ବା କରୋନା ଭୂତାଣୂରେ ସଂକ୍ରମିତ ହୋଇ ଯଦି କୌଣସି ସରପଞ୍ଚଙ୍କ ମୃତ୍ୟୁ ଘଟେ ତା’ହେଲେ ରାଜ୍ୟ ସରକାର ସେମାନଙ୍କୁ ୫୦ଲକ୍ଷ ଟଙ୍କାର ବୀମା ରାଶି ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତରୁ ୪୮୬୨ରେ ପଞ୍ଚାୟତ ଏକ୍ସଟେନସନ୍ ଅଫିସର (ପିଇଓ) କାର୍ଯ୍ୟରତ ଥିବାବେଳେ ଅବଶିଷ୍ଟ ପଦ ଖାଲି ପଡିଛି। ଏହି କାରଣରୁ ବହୁ ପଞ୍ଚାୟତ ଅଫିସର ବହୁ ସ୍ଥାନରେ ୨-୨ଟି ପଞ୍ଚାୟତ ଦାୟିତ୍ୱରେ ରହି କରୋନା ବିରୁଦ୍ଧ ଯୁଦ୍ଧରେ ସାମିଲ ହୋଇଛନ୍ତି। ସେହିପରି ପଞ୍ଚାୟତଗୁଡିକରେ ସ୍ୱଳ୍ପ ବେତନରେ ଅସ୍ଥାୟୀ କର୍ମଚାରୀ ଭାବେ କାର୍ଯ୍ୟରତ ଜିଆରଏସ, ପିଅନ ଏବଂ ରାତ୍ରି ଜଗୁଆଳିମାନେ ମଧ୍ୟ ଦିନରାତି କରୋନା ବିରୁଦ୍ଧ ଯୁଦ୍ଧରେ ନିଜକୁ ନିୟୋଜିତ କରିଛନ୍ତି। ତେଣୁ ରାଜ୍ୟ ସରକାର ସମସ୍ତ କର୍ମଚାରୀମାନଙ୍କୁ ବୀମାଭୁକ୍ତ କରିବା ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories