www.samajalive.in
Tuesday, December 9, 2025
26.1 C
Bhubaneswar

ପରଦାରେ ଏକାଠି ନଜର ଆସିବେ ପ୍ରଭାସ-ସୈଫ୍

ମୁମ୍ବଇ : ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ଓ ବାହୁବଳୀ ଷ୍ଟାର ପ୍ରଭାସ ଏକାଠି ପରଦାରେ ଦେଖାଦେବେ। ଓମ ରାଉତଙ୍କ ଦିର୍ଦେଶନାରେ ଏକ ଚଳଚ୍ଚିତ୍ର ନିର୍ମାଣ ହେବାକୁ ଯାଉଛି। ଯାହାର ନାମ “ଆଦିପୁରୁଷ” ରଖାଯାଇଛି। “ଆଦିପୁରୁଷ”ରେ ସୈଫ ଅଲ୍ଲୀ ଖାନ ଏକ ଖଳନାୟକ ଚରିତ୍ର ରାବଣର ଭୂମିକାରେ ଅଭିନୟ କରିବେ। ସୈଫ ଅଲ୍ଲୀ ଖାନଙ୍କୁ ଦର୍ଶକମାନେ ଖଳନାୟକ ଚରିତ୍ରରେ ଅଧିକ ପସନ୍ଦ କରୁଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୈଫ୍ ଏଥିରେ ଖଳନାୟକ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସୈଫ ଫିଲ୍ମ ତାନାଜୀ : ଦ ଅନସଙ୍ଗ୍ ଓ୍ବରିୟରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ।

ଆଦିପୁରୁଷରେ ପ୍ରଭାସ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ସେ ରାମଙ୍କ ଭୂମିକାରେ ଅଭିନୟ କରୁଥିବା ଜଣାପଡିଛି। ସେହିଭଳି କୀର୍ତ୍ତି ସୁରେଶ ଏଥିରେ ସୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ସିନେମାଟି ୩ଡିରେ ମୁକ୍ତିଲାଭ କରାଯିବ। ଚଳଚ୍ଚିତ୍ରଟିକୁ ହିନ୍ଦୀ ସମେତ ୫ଟି ଭାଷାରେ ହେବାକୁ ଥିବା ସୂଚନା ମିଳିଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories