www.samajalive.in
Sunday, December 7, 2025
23.1 C
Bhubaneswar

ସମାଜ ପ୍ରଭାବ: ଜଳବନ୍ଦୀ ଗ୍ରାମ କଇଁମୁଣ୍ଡିରେ ପହଞ୍ଚିଲା ପାୱାର ବୋଟ ସେବା

ବାଙ୍କୀ: ଚଳିତ ମହାନଦୀରେ ବନ୍ୟା ପ୍ରଭାବରେ ଡମପଡା ବ୍ଲକ ପାଥପୁର ପଞ୍ଚାୟତ ଅଧିନ କଇଁମୁଣ୍ଡି ଗ୍ରାମବାସୀ ଜଳବନ୍ଦୀ ଥିଲେ। ଗ୍ରାମର ଉତ୍ତର ପଟରେ ମହାନଦୀର ପ୍ରଖର ସ୍ରୋତ ଓ ଦକ୍ଷିଣରେ ୮ଫୁଟର ଜଳ ଘେରି। ବିପଦପୂର୍ଣ୍ଣ ଜୀବନ ବିତାଉଥିଲେ ଗ୍ରାମବାସୀ। ଗ୍ରାମ ସଞ୍ଜୋଗୀ ରାସ୍ତାରେ ୮ଫୁଟର ପାଣି ଜମିଗଲା ପରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଥିଲେ ଗ୍ରାମବାସୀ। ଗାଁର ମତ୍ସ୍ୟଜୀବି ମାନଙ୍କର ଛୋଟ ହୁଲି କାଠୁଆ ଆବଶ୍ୟକ ସେବା ଦେଉଥିଲା। ସମାଜ ଖବର କାଗଜ ଓ ସମାଜ ଲାଇଭରେ ୩ଦିନ ଜଳବନ୍ଦୀ କଇଁମୁଣ୍ଡି ଗାଁ ଶୀର୍ଷକରେ ଖବର ପ୍ରକାଶ ପାଇବା ପରେ କଟକ ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ରବିବାର ଅପରାହ୍ନରେ ବାଙ୍କୀ ବନ୍ୟାଞ୍ଚଳ ପରିଦର୍ଶନରେ ଆସି କଇଁମୁଣ୍ଡି ଗ୍ରାମର ସମସ୍ୟା ଓ ଜଳବନ୍ଦୀ ସମ୍ପର୍କରେ ଅବଗତ ହୋଇଥିଲେ। ସୋମବାର ଦିନ ବ୍ଲକ ପ୍ରଶାସନକୁ ତୁରନ୍ତ ଗୋଟିଏ ପାୱାର ବୋଟ କଇଁମୁଣ୍ଡି ଗ୍ରାମବାସୀଙ୍କ ଅବଶ୍ୟକୀୟ ଯାତାୟତ ପାଇଁ ସାମୟିକ ଦିନ ପାଇଁ ପଠାଇବା ନିମନ୍ତେ ନିର୍ଦ୍ଦେଶ ଦେବା ପରେ ମଙ୍ଗଳବାର ଦିନ ସକାଳ ୮ଘଟିକାରେ ଡମପଡା ଅଗ୍ନିଶମ ବିଭାଗ ପକ୍ଷରୁ ଏକ ପାୱାର ବୋଟ ବିପନ୍ନଙ୍କୁ ସେବା ପ୍ରଦାନ କରିଛି।

ସୂଚନା ଯୋଗ୍ୟ ଯେ, ରବିବାର ଦିନ ଗ୍ରାମ ପକ୍ଷରୁ ସୁଧାକର ସାହୁ, ନିରଞ୍ଜନ ବେହେରା, ଲୋଚନ ଗୋଚ୍ଛାୟତ, ଅମୂଲ୍ୟ ବେହେରା, ଦିବାକର ରାଉତ, ନରେନ୍ଦ୍ର ସାହୁ, ରାମଚନ୍ଦ୍ର ରାଉତ ପ୍ରମୁଖ ଗ୍ରାମକୁ ସଞ୍ଜୋଗ କରୁଥିବା ଅସମ୍ପୂର୍ଣ୍ଣ ପୋଲ ନିର୍ମାଣ କାର୍ୟ୍ୟ ଶେଷ କରିବା ସହିତ ବର୍ତ୍ତମାନ ବନ୍ୟା ସମୟରେ ଗୋଟିଏ ପାୱାର ବୋଟ ଯୋଗାଇ ଦେବା ପାଇଁ ଅନୁରୋଧ କରିଥିଲେ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories