ଦୁଇ ବର୍ଷ ହେଲାଣି ଚାଲିଛି ୧୮ଟି ଜଳାଶୟର ପୁନରୁଦ୍ଧାର କାମ, ପୁଣି ୩୧ଟି ଜଳାଶୟର ପୁନରୁଦ୍ଧାର ପାଇଁ ବିଏମ୍‌ସି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ

ଭୁବନେଶ୍ୱର: ଦୁଇ ବର୍ଷ ହେଲାଣି ଚାଲିଛି ୧୮ଟି ଜଳାଶୟର ପୁନରୁଦ୍ଧାର କାମ। ଶେଷ ହେଉ ନାହିଁ। କେବେ ଶେଷ ହେବ ତାହା ବି ଠିକ୍‌ ନାହିଁ। କେଉଁଠି ଜବରଦଖଲ ସମସ୍ୟା ତ କେଉଁଠି ଠିକାଦାରଙ୍କ ମନ୍ଥରତା। ପୁଣି ୩୧ଟି ଜଳାଶୟର ପୁନରୁଦ୍ଧାର ପାଇଁ ବିଏମ୍‌ସି ପକ୍ଷରୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି। କିନ୍ତୁ ସରକାର ବର୍ଷେ ହେଲାଣି ଫାଇଲ୍‌ ଚାପି ରଖିଛନ୍ତି। ସହରର ଜଳାଶୟଗୁଡ଼ିକର ପୁନରୁଦ୍ଧାର କରିବା ପାଇଁ ବିଶେଷଜ୍ଞମାନେ କହିଚାଲିଛନ୍ତି। କିନ୍ତୁ ତାହା ଯେତିକି ପ୍ରଭାବ ସରକାରଙ୍କ ଉପରେ ପଡ଼ିବା କଥା ପଡୁନାହିଁ। ରାଜଧାନୀରେ ଅଧିକାଂଶ ପୁରୁଣା ପୋଖରୀ ପୋତି ହୋଇଯାଇଛି। ରାଜଧାନୀର ଚାକଚକ୍ୟ ପରିବେଶରେ ପୋଖରୀର ଆବଶ୍ୟକତା ଦିନକୁ ଦିନ କମିବା ଫଳରେ ଏଭଳି  ପରିସ୍ଥିତି ସୃଷ୍ଟି ହୋଇଛି। କେତୋଟି ଜାଗାରେ ମନ୍ଦିରକୁ ଲାଗିଥିବା ପୋଖରୀରକୁ ଛାଡ଼ିଦେଲେ ଅନ୍ୟଗୁଡ଼ିକର ଉପଯୁକ୍ତ ରକ୍ଷଣାବେକ୍ଷଣ ମଧ୍ୟ ହୋଇପାରି ନାହିଁ। ନା ସ୍ଥାନୀୟ ଲୋକ ନା ବିଏମ୍‌ସି କର୍ତ୍ତୃପକ୍ଷ କେହି ଏଥି ପ୍ରତି ନଜର ଦେଇ ନାହାନ୍ତି।  ଅଧିକରୁ ଅଧିକ ଜଳାଶୟ ପୁନରୁଦ୍ଦାର କରିବାକୁ ସେମାନେ ପରାମର୍ଶ ଦେଇଛନ୍ତି।
ସହରର ୧୮ଟି ଜଳାଶୟର ପୁନରୁଦ୍ଧାର ପାଇଁ ବିଏମ୍‌ସି ତାଲିକା ପ୍ରସ୍ତୁତ କରିଥିଲା। ଏଥିପାଇଁ ରାଜ୍ୟ ସରକାର ୫କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି ଜଳାଶୟଗୁଡ଼ିକ ହେଲା ସନ୍ଥ ତୁଳସୀ ସରୋବର, ବଢ଼େଇ ଟ୍ୟାଙ୍କ, ଛୁଆ ପୋଖରି, ବଡ଼ ପୋଖରୀ, ତାଳବଣୀ ପୋଖରୀ, ନୀଳକଣ୍ଠେଶ୍ବର ପୋଖରୀ, ବ୍ରହ୍ମେଶ୍ବର ପୋଖରୀ, ଗୋଡ଼ି ପୋଖରୀ, ଉତ୍ତରେଶ୍ବର ପୋଖରୀ, ହାଟ ଛକ ପୋଖରୀ, ଗୋଖିବାବା ପୋଖରୀ, ମଣ୍ଡା ଚୌକ ପୋଖରୀ, ଲକ୍ଷ୍ମୀସାଗର ପୋଖରି, ଲକ୍ଷ୍ମୀସାଗର ମଳି ହାଟ ପୋଖରୀ, ଝାରପଡ଼ା ପଦ୍ମପୋଖରୀ, ବଡ଼ଗଡ଼ ଟୁବି ଗଡ଼ିଆ, ଡାଙ୍ଗ ପୋଖରି, ଯେଉଁଗୁଡ଼ିକର ପୁନରୁଦ୍ଧାର କରାଯିବା ପାଇଁ ପ୍ରସ୍ତାବ ରହିଥିଲା।
prayash
ଏହି ଜଳାଶୟଗୁଡ଼ିକର ପୁନରୁଦ୍ଧାର କରିବା ପ୍ରକ୍ରିୟା  ଆରମ୍ଭ ହେଲା। ତେବେ କାମ ଆରମ୍ଭ ବେଳେ କେତେକକ ଜାଗାରେ ଜବରଦଖଲ ସମସ୍ୟା ସୃଷ୍ଟି ହେଲା। ଜଗବଦରଖଲକାରୀଙ୍କୁ ହଟାଇବାକୁ ବିଏମ୍‌ସି ପକ୍ଷରେ କାଠିକର ପାଠ ହେଲା। ଜବରଦଖଲକାରୀଙ୍କୁ ହଟାଇବାକୁ ବିଏମ୍‌ସି କର୍ତ୍ତୃପକ୍ଷ ବିରୋଧର ସାମ୍ନା କରି ଫେରିଆସିଲେ। ତେବେ ଅଧିକାଂଶ ସ୍ଥାନରେ ଜବରଦଖଲ ହଟାଯାଇ ଗୋଟିଏ ଦୁଇଟି ଜାଗାରେ ମାମଲା କୋର୍ଟକୁ ଯାଇଛି। ହାତକୁ ନିଆଯାଇଥିବା ୧୮ଟି ଜଳାଶୟ ମଧ୍ୟରୁ କୌଣସି ଗୋଟିଏର କାମ ବି ଏ ପର୍ଯ୍ୟନ୍ତ ହୋଇନାହିଁ। ବାରମ୍ବାର ଏଥି ପାଇଁ ସମୟସୀମା ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କାମ ଶେଷ ହୋଇପାରୁନାହିଁ। ଏ ସମ୍ପର୍କରେ ବିଏମ୍‌ସିର ପକ୍ଷରୁ କୁହାଯାଇଛି ଯେ କେତେକ ସ୍ଥାନରେ ଜବରଦଖଲ ସମସ୍ୟା ଯୋଗୁଁ ପ୍ରଥମ ପର୍ଯ୍ୟାୟରେ କାମ ଆଖିଦୃଶିଆ ଭାବେ ଆଗେଇ ପାରିନଥିଲା। ତେବେ ଧୀରେ ଧୀରେ ସେହି ସମସ୍ୟା ସମାଧନା କରି କାମ ଆଗେଇ ନିଆଯାଇଛି।  ଖୁବ୍‌ ଶୀଗ୍ର ଏଗୁଡ଼ିକ କାମ ଶେଷ ହେବ। ଏହାପରେ ବିଏମ୍‌ସି ପକ୍ଷରୁ ଆଉ ୩୧ଟି ଜଳାଶୟର ପୁନରୁଦ୍ଧାର ପାଇଁ ଏକ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ୬୫୯କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯାଇଛି। ସରକାର ଅର୍ଥ ମଞ୍ଜୁର କଲେ ବିଏମ୍‌ସି କାମ ଆରମ୍ଭ ହେବ। କିନ୍ତୁ ସରକାର ଏ ପର୍ଯ୍ୟନ୍ତ ବିଏମ୍‌ସିର ଏହି ପ୍ରସ୍ତାବ ଉପରେ କୌଣସି ଆଲୋଚନା କରିନଥିବା ସୂଚନା ମିଳିଛି।
kalyan agarbati

Comments are closed.