www.samajalive.in
Monday, December 8, 2025
14.1 C
Bhubaneswar

ରୋଚକ ମୋଡ଼ରେ ରାଜ୍ୟ ରାଜନୀତି : ଏପଟେ ବିରୋଧ, ସେପଟେ ପ୍ରଶଂସା

ଭୁବନେଶ୍ୱର, (ନି.ପ୍ର): ରାଜ୍ୟରେ ବିଜେଡି ଶାସନ କ୍ଷମତାରେ ଥିବାବେଳେ କଂଗ୍ରେସକୁ ପଛରେ ପକାଇ ୨୦୧୯ରୁ ବିଜେପି ପ୍ରମୁଖ ବିରୋଧୀ ଦଳ ପଦ ହାତେଇ ନେଇଛି। ଗତ ବିଧାନସଭା ନିର୍ବାଚନ ସମୟରୁ ଏପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ବାର୍ଥଜଡ଼ିତ ପ୍ରସଙ୍ଗରେ ବିଜେଡି ବିଜେପି ମୁହାଁମୁହିଁ ଅବସ୍ଥାରେ ଅଛନ୍ତି। ବହୁ କଥାରେ ଦୁଇ ଦଳ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ରାଜ୍ୟ ରାଜନୀତିକୁ ରୋଚକ ମୋଡ଼ ଦେଇଛି। ସମ୍ପ୍ରତି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଧୁମଧାମରେ ଚାଲିଥିବାବେଳେ ବିରୋଧୀ-ଶାସକ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଛି। ପରସ୍ପର ମଧ୍ୟରେ ନିର୍ବାଚନରେ ଜିତିବା ପାଇଁ ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର ଚାଲିଥିବାବେଳେ ବିଜେପି ରାଜ୍ୟ ସରକାରଙ୍କ ବିରୋଧରେ ଏବଂ ବିଜେଡି ରାଜ୍ୟକୁ ଅବହେଳା ପାଇଁ କେନ୍ଦ୍ର ବିରୋଧରେ ବିଷୋଦ୍‌ଗାର ଚଳାଇଛନ୍ତି। ମାତ୍ର ଏଭଳି ସ୍ଥିତିରେ ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ଘଟଣା ଏବେ ରାଜନୈତିକ ବାତାବରଣକୁ ସରଗରମ କରିଛି।

ପ୍ରଧାନମନ୍ତ୍ରୀ ସଂସଦରେ ନିଜ ଅଭିଭାଷଣରେ ଜାତୀୟ କଂଗ୍ରେସକୁ ପ୍ରଚଣ୍ଡ ସମାଲୋଚନା କରିବା କାଳରେ କେନ୍ଦ୍ରୀୟ ଯୋଜନାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ଭୂମିକାକୁ ସାବାସି ଦେଇଛନ୍ତି। ସେ କହିଛନ୍ତି ଯେ ସଂଘୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କେନ୍ଦ୍ର ରାଜ୍ୟର ସହଭାଗିତା ଭିତ୍ତିରେ ବିକାଶମୂଳକ ଯୋଜନା କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ ସେ ଓଡ଼ିଶା କଥା ଉଦାହରଣ ଭାବେ ନେଇଛନ୍ତି। କେନ୍ଦ୍ର ସରକାର ଯେଉଁସବୁ ଯୋଜନା କାର୍ଯ୍ୟକାରୀ କରିଛି ସେସବୁକୁ କାର୍ଯ୍ୟକାରୀ କରିବା‌େ‌ର ଓଡ଼ିଶା ଆଗରେ ଅଛି ଏବଂ ଏଥିପାଇଁ ସଂସ୍କାରମୂଳକ ଯୋଜନା କାର୍ଯ୍ୟକାରୀ କରାଯାଇ ପାରିଛି। କୋଇଲା ଓ ଖଣି ‌େ‌କ୍ଷତ୍ରରେ ସଂସ୍କାର ଆଣିବାରେ ଓଡ଼ିଶା ସବୁଠାରୁ ଆଗରେ। ରାଜ୍ୟ ସରକାର କେନ୍ଦ୍ର ସହିତ କାନ୍ଧକୁ କାନ୍ଧ ମିଶାଇ ସବୁ କ୍ଷେତ୍ରରେ କାମ କରୁଥିବାରୁ ସେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀଙ୍କର ନବୀନ ଏବଂ ଓଡ଼ିଶା ପ୍ରତି ଏଇ କେତେ ପଦ କଥା ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ପାଇଁ ଖୋରାକ ଜୁଟାଇଛି। ବିଶେଷକରି ପଞ୍ଚାୟତ ନିର୍ବାଚନ ପାଇଁ ହାତରେ ଆଉ ମାତ୍ର ସପ୍ତାହେ ବାକି ଥିବାବେଳେ ଏବେ ବିଜେଡି ଓ ବିଜେପି ଭିତରେ ସାରା ରାଜ୍ୟରେ ମୁହାଁମୁହିଁ ପରିସ୍ଥିତି। ଏପରିକି ଶେଷ ମୁହୂର୍ତ୍ତରେ ମଙ୍ଗଳବାର ଦୁଇ ଭିନ୍ନ ଭିନ୍ନ ପ୍ରସଙ୍ଗକୁ ନେଇ ବିଜେଡି ଓ ବିଜେପି ପରସ୍ପରକୁ ଘେରିଛନ୍ତି। ରାଜ୍ୟରେ ଚହଳ ସୃଷ୍ଟି କରିଥିବା କଳାହାଣ୍ଡିର ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଏପର୍ଯ୍ୟନ୍ତ ଚାର୍ଜସିଟ୍‌ ଦାଖଲ କରାନଯିବା ଘଟଣାର ପ୍ରତିବାଦ କରି ରାଜ୍ୟ ବିଜେପି ପକ୍ଷରୁ ସଭା, ଶୋଭାଯାତ୍ରା ଓ ନବୀନ ନିବାସ ଘେରାଉ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ପ୍ରତିବାଦ ଜରିଆରେ ନିର୍ବାଚନ ହାୱାକୁ ପ୍ରଭାବିତ କରିବା ନିମନ୍ତେ ଗୋଟିଚାଳନା ହୋଇଛି।

- Advertisement -

ଅନ୍ୟପକ୍ଷରେ ଶାସକ ବିଜୁ ଜନତା ଦଳ ବି ପଛରେ ପଡ଼ିନାହିଁ। କେନ୍ଦ୍ରର ଓଡ଼ିଶା ଏବଂ ଚାଷୀ ବିରୋଧୀ ମନୋଭାବ ତଥା ରାଜ୍ୟରୁ ବଳକା ଚାଉଳ ଉଠାଇବାକୁ କେନ୍ଦ୍ର ସରକାର ମନା କରିବା ଘଟଣା ପ୍ରତିବାଦରେ ଏଫ୍‌ସିଆଇ ଦପ୍ତରକୁ ବିଜେଡି ପକ୍ଷରୁ ଘେରାଉ ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଦୁଇ ଦଳ ସେମାନଙ୍କ ଢାଞ୍ଚାରେ ଭୋଟରଙ୍କ ନିକଟତର ହେବା ଲକ୍ଷ୍ୟର ବିରୋଧାଭାସ ଜାରି ରଖିଥିବାବେଳେ ଏବେ ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାର ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାର ପ୍ରମାଣପତ୍ର ଦେବା ଘଟଣାକୁ ବିଜେପି ରାଜ୍ୟ ନେତୃତ୍ବ ସହଜରେ ହଜମ କରିପାରୁନାହିଁ। ଅବଶ୍ୟ ପ୍ରଧାନମନ୍ତ୍ରୀଙ୍କ ଏହି ପ୍ରଶଂସା ପଛରେ କେନ୍ଦ୍ର ସରକାରଙ୍କ ଦୀର୍ଘସୂତ୍ରୀ ଯୋଜନା କାର୍ଯ୍ୟକାରୀ କରାଯିବାର ଉଦ୍ଦେଶ୍ୟ ରହିଛି ବୋଲି ରାଜନୈତିକ ବିଶେଷଜ୍ଞ ଆକଳନ କରୁଛନ୍ତି। ଆଜିର ଘଟଣାକ୍ରମ ଆଗାମୀ ଦିନରେ ରାଜ୍ୟ ରାଜନୀତିକୁ ପ୍ରଭାବିତ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories